Site icon Awaj Media

ଆଦିବାସୀ ମହିଳା ମାନଙ୍କ ପକ୍ଷରୁ ମଦ ବିରୋଧୀ ଆନ୍ଦୋଳନ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଆଇନ୍ ରହିଛି ନିଶା ଦ୍ରବ୍ୟ କାରବାର ରୋକିବା ନିମନ୍ତେ । ବୋଲଗଡ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ନାରାୟଣୀ ପଡ଼ା ଗ୍ରାମର ଆଦିବାସୀ ମହିଳା ମାନଙ୍କ ମିଳିତ ଭାବେ ନିଶା ଦ୍ରବ୍ୟ କାରବାର ରୋକିବା ପାଇଁ ଦଶ ଦିନ ଧରି ଧର୍ମଘଟ ସହିତ ଚୋରା ମଦ ବେପାରୀ ମାନଙ୍କୁ ରାତ୍ର ସମୟରେ ବିକ୍ରି କରିବା ପାଇଁ ତୀବ୍ର ନିନ୍ଦା ସହକାରେ ରୋକିଥିଲେ ଧର୍ମଘଟ ମାଧ୍ୟମରେ । ନିଶା ଦ୍ରବ୍ୟ ବେପାର ଦ୍ଵାରା ଛାତ୍ର ଛାତ୍ରୀ, ଯୁବ ପିଢ଼ି ଓ ଗରିବ ଖଟିଖିଆ ଅସହାୟ ଲୋକମାନେ ଏହାର ଶୀକାର ହେବା ଫଳରେ ନାନା ଅସୁବିଧା ହେଉଛି । ଛାତ୍ରଛାତ୍ରୀ ଅସୁସ୍ଥ, ଯୁବ ପିଢ଼ି ନିଶା ସେବନ କରିବା ଦ୍ୱାରା ଅସାମାଜିକ ଦୁର୍ଘଟଣା ମାନ ଘଟାଇ ବସୁଛନ୍ତି ଓ ଗରିବ ଖଟିଖିଆ ଲୋକଟେ ଅଭାବ ଯୋଗୁଁ ମଧ୍ୟ ଘରୁ ଝିଅ ବୋହୂଙ୍କ ଅଳଙ୍କାର , ମୂଲ୍ୟବାନ ଜିନିଷ ବିକି ନିଶା ସେବନ କରୁଛି ଓ ରାସ୍ତାରେ ଯାଉଥିବା ପଥିକ ନିଶାଳି ମାନଙ୍କ ପାଇଁ ସୁରକ୍ଷିତ ନୁହେଁ । ଏହି ଭଳି ଅନେକ ପ୍ରକାରର ସମସ୍ୟା ଉପୁଜିଛି ଯେଉଁଥି ପାଇଁ ନିଶା ଦ୍ରବ୍ୟ ବର୍ଜନ କରିବାକୁ ନାରାୟଣୀପଡ଼ା ମହିଳା ମାନେ ତୀବ୍ର ନିନ୍ଦା କରିବା ସହ ଲିଖିତ ଅଭିଯୋଗ ଗୋପାଳପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଦୀପ ବାରିକ ଙ୍କୁ ଦେବା ସମେତ , ତାଙ୍କ ମାଧ୍ୟମରେ ବିଡ଼ିଓ ବୋଲଗଡଙ୍କୁ , ଜିଲ୍ଲାପାଳ ଖୋର୍ଦ୍ଧାଙ୍କୁ ଓ ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ । ସୂଚନା ଥାଉକି ଅନେକ ମଦ ବେପାରୀ ଆତଙ୍କ ସୃଷ୍ଟି କାୟା ବିସ୍ତାର କରିବାକୁ ଲାଗିଛନ୍ତି । ଏହି ନିଶା କାରବାର ରୋକିବା ନିମନ୍ତେ ଗୁରୁ ଦାୟିତ୍ଵ ବହନ କରି ଥିବା ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ବାହିନୀ ଓ ଅବକାରୀ ବିଭାଗ କଣ ମୂଳ ପୋଛ କରିପାରିବ ନା ନିଶା ବେପାରୀ ଗୁପ୍ତାୟତ ଛାତ୍ର ଛାୟାରେ ରହି ଭୃକ୍ଷେପ ନକରି ଆତଙ୍କ ସୃଷ୍ଟି କରିବ ଏନେଇ ଅନେକ ସନ୍ଦେହ ଘେରରେ ରହିଛି ଗୋପାଳପୁର ଗ୍ରାମପଞ୍ଚାୟତର ଆଦିବାସୀ ମହିଳାମାନଙ୍କ ମନରେ । ବୁଦ୍ଧିଜୀବି, ସ୍ଥାନୀୟ ଲୋକଙ୍କ ଅନୁରୋଧ ଯେ ଏହି ଆନ୍ଦୋଳନକୁ ସହଯୋଗ କରି ସମାଜରୁ ବିଶୃଙ୍ଖଳା ମୁହଁରୁ ଟାଣି ଆଣିବାକୁ ଅନୁରୋଧ କରିଛନ୍ତି । ଯଦି ଏହାର କୌଣସି ସୁଫଳ ନ ମିଳିବ ତାହାଲେ ଏହି ଆଦିବାସୀ ମହିଳା ମାନଙ୍କ ଆନ୍ଦୋଳନ ତୀବ୍ରତର ହୋଇ ସାରା ଓଡ଼ିଶାରେ ଉଗ୍ର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ।

Exit mobile version