Site icon Awaj Media

ଚୋରା କୋଇଲା ଚାଲାଣ ଅଭିଯୋଗରେ ହୋମଗାର୍ଡ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ଚୋରା କୋଇଲା ଚାଲାଣ ଅଭିଯୋଗରେ ଜଣେ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋମଗାର୍ଡ ଜଣଙ୍କ ହେଲେ ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦ କୁମାର ସାହୁ । ତାଙ୍କ ଘର ନରସିଂହପୁର , ପାଇକପଡା ପାଟଣା । ସୂଚନା ଅନୁସାରେ ଗତ ଏପ୍ରିଲ ମାସ ୮ ତାରିଖରେ ଟ୍ରକରେ କୋଇଲା ଚୋରା ଚାଲାଣ ବେଳେ ଏକ ଟ୍ରକକୁ ନିଶା ଶିଳ୍ପାଞ୍ଚଳ ପୁଲିସ ଧରିବାରେ ସକ୍ଷମ ହୋଇଥିଲା । ଏହି ଚୋରା ଚାଲାଣ ଅଭିଯୋଗରେ ପୁଲିସ ଡ୍ରାଇଭର ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ଟ୍ରକର ମାଲିକ ଧରା ପଡି ନଥିବା ବେଳେ ଗତକାଲି ପୁଲିସ ନରସିଂହପୁର ରୁ ଟ୍ରକର ମାଲିକ ତଥା ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦକୁ ଗିରଫ କରି ଅନୁଗୁଳ ଆଣିଥିଲା । ଆଜି ତାକୁ କୋର୍ଟ ଚାଲାଣ କରିଛି । ତେବେ ଏହି ହୋମଗାର୍ଡ ପ୍ରମୋଦ ର କୁଆଡେ ୪ ରୁ ୫ ଟି ଟ୍ରକ ଓ ୩ ଟି ଏସି ବସ ଥିବା ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି । ଏଣୁ ସେ ଜଣେ କୋଟିପତି ହୋମଗାର୍ଡ ବୋଲି ଚର୍ଚ୍ଚା ହେଉଛି । ତେବେ ଏ ନେଇ ପୁଲିସ ପାଖରେ ବିଶେଷ ସୂଚନା ନଥିବା ବେଳେ ଏ ନେଇ ତଦନ୍ତ କରାଯାଉଛି ବୋଲି ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

 

Exit mobile version