Site icon Awaj Media

ସୁକିନ୍ଦାର ପୂର୍ବତନ ତହସିଲଦାର କାବେରୀ ମୁଦୁଲିଙ୍କ ନାଁରେ ମାମଲା ରୁଜୁ : ନୋଟିସ ଜାରି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାର ପୂର୍ବତନ ତହସିଲଦାର କାବେରୀ ମୁଦୁଲିଙ୍କ ନାଁରେ ମାମଲା ରୁଜୁ , ନୋଟିସ ଜାରି । ଜୋର ଜବରଦସ୍ତ ମିଶ୍ର ଇଞ୍ଜିନିୟରିଂ ବାଲି ଗାଡିକୁ କାଳିଆପାଣି ଥାନାରେ ଅଟକ ରଖିବା ନେଇ ମିଶ୍ର ଇଞ୍ଜିନିୟରିଂ ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ ର ଦ୍ବାରସ୍ଥ ହୋଇଥିଲେ । ଖବର ମୁତାବକ କିଛି ଦିନ ତଳୁ ମୋ ସ୍କୁଲ ଅଭିଯାନ ଭୁବନେଶ୍ବରକୁ ବଦଳି ହୋଇଥିବା ସୁକିନ୍ଦାର ପୂର୍ବତନ ତହସିଲଦାର କାବେରୀ ମୁଦୁଲି ଇମ୍ଫା ଖଣିରେ ବାଲି ସପ୍ଲାଏ କରୁଥିବା ମିଶ୍ର ଇଞ୍ଜିନିୟରିଂ ହାଇଓ୍ବା କୁ ଖଣି ଅଞ୍ଚଳ ରାସ୍ତାରେ ଅଟକାଇଥିଲେ । ପରେ ମିଶ୍ର ଇଞ୍ଜିନିୟରିଂ ପକ୍ଷରୁ ପୂର୍ବତନ ତହସିଲଦାର କାବେରୀ ମୁଦୁଲିଙ୍କୁ ବାଲି ଚାଲଣ ସରକାରଙ୍କ ସମସ୍ତ ନିୟମ ଓ ସମସ୍ତ କାଗଜ ପତ୍ର ପଦାନ କରିଥିଲେ । ମାତ୍ର ତହସିଲଦାର ନିଜ ଜିଦରେ ଅଟଳ ରହିବା ସହ ତିନୋଟି ହାଓ୍ବାକୁ କାଳିଆପାଣି ଥାନାରେ ଅଟକ ରଖିଥିଲେ । ଫଳରେ ମିଶ୍ର ଇଞ୍ଜିନିୟରିଂ ଏନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣି କରି କୋର୍ଟ ଆଜି ସୁକିନ୍ଦାର ପୂର୍ବତନ ତହସିଲଦାର କାବେରୀ ମୁଦୁଲିଙ୍କ ନାମରେ ମାମଲା ରୁଜୁ କରି ନୋଟିସ ଜାରି କରିଥିବା ଦେଖିବାକୁ ମିଳିଛି ।

Exit mobile version