Site icon Awaj Media

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦେଶୀ ମଦ ସହିତ ବିଅର ଜବତ – ୨ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମରେ ବେଆଇନ ମଦ କାରବାର ବଢ଼ୁଥୁବା ଖବର ନିକଟରେ ପ୍ରକାଶ ପାଇଥିଲା l ତେବେ ଏହାକୁ ଗୁରୁତର ସହ ନେଇଛି ଅବକାରୀ ବିଭାଗ l ଜିଲ୍ଲା ଅବକାରୀ ଅଧିକ୍ଷକ ଯଶକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ଅବକାରୀ ଉପ-ଅଧିକ୍ଷିକା ସୁମିତ୍ରା ଓରାମଙ୍କ ତତ୍ୱାବଧାନରେ ଆଜି ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ରଞ୍ଜନ ଦାସ ପୃଥକ ଭାବେ ବାଣପୁର ଥାନା ଅନ୍ତର୍ଗତ ସରନଇ ଏବଂ ଗମ୍ଭାରୀମୁଣ୍ଡା ବଜାରରେ ଚଢ଼ାଉ କରିଥିଲେ l ସରନଇ ଗ୍ରାମରୁ ଇନ୍ସପେକ୍ଟର ଆଲୋକ ପ୍ରଧାନ ୨୭ ଲିଟର ଦେଶୀ ମଦ ସମେତ ଅଭିଯୁକ୍ତ ରତନ ପଢ଼ିହାରୀଙ୍କୁ ଗିରଫ କରିଥିବା ବେଳେ ଗମ୍ଭାରୀମୁଣ୍ଡା ବଜାରରୁ ଏଏସଆଇ ରଞ୍ଜନ ଦାସ ୧୬.୨ ଲିଟର ବିଦେଶୀ ମଦ ଏବଂ ୧୬ ଲିଟର ବିଅର ସମେତ ଅଭିଯୁକ୍ତ ଶରତ ବରାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l ତେବେ ଏହିପରି ଚଢ଼ାଉ ଅବକାରୀ ବିଭାଗ ଦ୍ୱାରା ଆଗକୁ ମଧ୍ୟ ବାଣପୁର ବାଲୁଗାଁ ଅଞ୍ଚଳରେ ନିୟମିତ ଜାରି ରହିବ ବୋଲି ଜନସାଧାରଣ ଆଶା କରିଛନ୍ତି l

Exit mobile version