ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଜମିବାଡ଼ି ବିବାଦ କୁ କେନ୍ଦ୍ର କରି ଗାଁ ଦାଣ୍ଡରେ ବଡଭାଇ କୁ କଟୁରୀରେ ଗୋଡ଼ାଇ ଗୋଡ଼ାଇ ହାଣିଲା ସାନଭାଇ . ଘଟଣା କୁ ନେଇ ଖେଳି ଯାଇଛି ଚାଞ୍ଚଲ୍ୟ . କଟକ ଜିଲ୍ଲା ବାଙ୍କୀ ଥାନା ଠାରୁ କିଛି ବାଟ ଦୂର ଖମାରଙ୍ଗ ଗ୍ରାମରେ ଜମି ବାଡି ବିବାଦକୁ କେନ୍ଦ୍ର କରି ଘଟିଛି ଅଘଟଣ . ରକ୍ତ ସମ୍ପର୍କୀୟ ସାନ ଭାଇ କଟୁରୀ ଚୋଟରେ ବଡଭାଇ ଗୁରୁତର ଆହତ . ପ୍ରଥମେ ଆହତଙ୍କୁ ପରିବାର ପକ୍ଷରୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା . ପରେ ଅବସ୍ଥା ସଙ୍କଟାପନ୍ନ ହେବା ଯୋଗୁ ଡାକ୍ତର କଟକ ଏସିବିକୁ କରିଛନ୍ତି ସ୍ଥାନାନ୍ତର . ଘଟଣା ସ୍ଥଳରେ ଖବର ପାଈଁ ବାଙ୍କୀ ପୋଲିସ ପହଁଚି ଆରମ୍ଭ କରିଛି ତଦନ୍ତ . ଆହତ ବ୍ୟକ୍ତିଙ୍କ ନାମ ପ୍ରତାପ ଚନ୍ଦ୍ର ତ୍ରିପାଠୀ . ସେପଟେ ଘଟଣାରେ ସମ୍ପୃକ୍ତ ସାନଭାଇ ପ୍ରଶାନ୍ତ ତ୍ରିପାଠୀ କୁ ଗିରଫ କରାଯାଇଥିବା ବେଳେ , ନ୍ୟାୟ ପାଇଁ ଦାବି କଲେ ଆହତବ୍ୟକ୍ତି ଓ ତାଙ୍କ ସ୍ତ୍ରୀ . ଏଭଳି ଜମି ବାଡି ବିବାଦ କୁ ନେଇ ଗାଁ ଦାଣ୍ଡରେ ହାଣିବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳ ରେ ଖେଳି ଯାଇଛି ଚାଞ୍ଚଲ୍ୟ . ସେପଟେ ଆହତ ଓ ତାଙ୍କ ପରିବାର ପକ୍ଷରୁ ପୂର୍ବରୁ ବାଙ୍କୀ ଥାନାରେ ଜମିବାଡ଼ି ବିବାଦକୁ ନେଇ ତାଙ୍କ ପରିବାର ଜୀବନ ପ୍ରତି ବିପଦ ରହିଥିବା ଲିଖିତ ଅଭିଯୋଗ ଦିଆ ଯାଇଥିଲେ ସୁଦ୍ଧା ପୁଲିସ ର ଅବହେଳା ଯୋଗୁ ଆଜି ଏଭଳି ଅଘଟଣ ଘଟିଛି ବୋଲି ସିଧାସଳଖ ଆଣିଛନ୍ତି ଆହତ ବ୍ୟକ୍ତି ଓ ତାଙ୍କ ପରିବାର ଲୋକେ .
ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇ କୁ ହାଣିଲା ଭାଇ !!!

