Site icon Awaj Media

ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ , ସ୍ତ୍ରୀ କୁ ହତ୍ୟା ମାମଲାର ଶୁଣାଣି କରି ସ୍ୱାମୀକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତିି ନୟାଗଡ଼ ଜିଲ୍ଲା ଜଜ୍ ରୁପଶ୍ରୀ ଚୋୖଧୁରୀ । ସୂଚନାଯୋଗ୍ୟ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ କେସରସିଂ ଗ୍ରାମର ଅଜାତି ନାୟକଙ୍କ ପୁଅ ଶ୍ରୀଧର ନାୟକ ନିଜ ସ୍ତ୍ରୀ ସତ୍ୟଭାମା ନାୟକଙ୍କ ଚରିତ୍ର ଉପରେ ସନ୍ଦେହ କରି ଜୀବନରେ ମାରିଦେବା ପାଇଁ ଯୋଜନା କରି ନିଜ ସ୍ତ୍ରୀ ସତ୍ୟଭାମା କୁ ଜଙ୍ଗଲ ଭିତରକୁ ନେଇ ସେଠାରେ ହତ୍ୟା କରି ଫିଙ୍ଗି ଦେଇଥିଲେ । ଏସମ୍ପର୍କରେ ସତ୍ୟଭାମା ଙ୍କ ବାପା ବାଇଗୁଣିଆ ଗ୍ରାମର ଶ୍ୟାମସୁନ୍ଦର ନାୟକ ଫତେଗଡ ଥାନା ରେ ଶ୍ରୀଧର ନାୟକ ନାମରେ ଏତଲା ଦେଇଥିଲେ । ଫତେଗଡ ଥାନା କେସ ନମ୍ବର ୬୯ / ୨୦୨୦ ରେ ଆଇପିସି ୩୦୨ ଧାରାରେ ମାମଲା ରୁଜୁ ହୋଇଥିଲା । ୧୮ ଜଣଙ୍କ ସାକ୍ଷୀ ପ୍ରମାଣ କୁ ଭିତ୍ତି କରି ଶ୍ରୀଧର ନାୟକ ଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତିି ନୟାଗଡ଼ ଜିଲ୍ଲା ଜଜ୍ ରୁପଶ୍ରୀ ଚୋୖଧୁରୀ । ସରକାରୀ ଓକିଲ ପ୍ରସନ୍ନ ମହାପାତ୍ର ଉକ୍ତ ମାମଲାର ପରିଚାଳନା କରିଥିଲେ ।

 

Exit mobile version