Site icon Awaj Media

ଇଟାମାଟି ପୁଲିସ କୁ ମିଳିଛି ବଡ଼ ସଫଳତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଇଟାମାଟି ପୁଲିସ କୁ ମିଳିଛି ବଡ଼ ସଫଳତା । ଦୀର୍ଘ ଦିନରୁ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲରୁ ଫେରାର ଥିବା ଆସାମୀକୁ ଗିରଫ କରିବା ସହ ୪ ଟି ବାଇକ୍ ଉଦ୍ଧାର କରିଛି । ଦିନକୁ ଦିନ ଇଟାମାଟି ବଜାର ରୁ ବାଇକ୍ ଚୋରି ହେଉଥିବା ଅଭିଯୋଗ ହେଉଥିବା ବେଳେ ଇଟାମାଟି ଥାନା ଅଧିକାରୀ ରମେଶ କୁମାର ଦେବତା ଙ୍କ ସ୍କାନରରେ ଆସିଥିଲା ଇଟାମାଟି ମୁସଲିମ ସାହିର ନୁରୁଦ୍ଦିନ ଖାନ୍ । ଇଟାମାଟି ପୁଲିସ ନୁରୁଦ୍ଦିନ କୁ ଥାନାକୁ ଆଣି ପଚରାଉଚରା କରିବା ସମୟରେ ସବୁ ସତ ଓଗାଳି ଦେଇଥିଲା । ନୁରୁଦ୍ଦିନ କୁ ଗିରଫ କରିବା ସହ ବାଇକ୍ ଚୋରି କରି ରଖିଥିବା ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଟି ବାଇକ୍ ଉଦ୍ଧାର କରିଛି ଇଟାମାଟି ପୋଲିସ । ଜବତ ହୋଇଥିବା ବାଇକ୍ ଗୁଡିକ ହିରୋ ସ୍ପ୍ଲେଣ୍ଡର ( OD 25 J 9213) ,ହୋଣ୍ଡା ସାଇନ୍ ( OD 25 G 9708 ) , ହିରୋ ଏଚ ଏଫ୍ ଡିଲକ୍ସ (OD 25 F 3468 ) ଏବଂ ହିରୋ ଏଚ୍ ଏଫ୍ ଡିଲକ୍ସ (OD 19 K 3909) ହୋଇଥିବା ସୂଚନା ମିଳିଛି ।

 

Exit mobile version