Site icon Awaj Media

ସରକାରୀ ସ୍କୁଲ କୁ କବଜା କରି ରହିଛନ୍ତି ଗୋଟିଏ ପରିବାର !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସ୍କୁଲ ଘରକୁ କବଜା କରି ରହିଛନ୍ତି ଗୋଟିଏ ପରିବାର l ଯେଉଁଠି କି ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଢ଼ାହୁଏ , ସେଠି ବଳପୂର୍ବକ ରହୁଛନ୍ତି ଲୋକ l ଏହି ଘଟଣା ଟି ହେଉଛି ଅନୁଗୁଳ ଜିଲ୍ଲା ସରଧାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମିମୁଣ୍ଡା ଗ୍ରାମର l ଯେଉଁଠାରେ କି ଗୋଟିଏ ପରିବାର ଦୁଇ ବର୍ଷ ରୁ ଅଧିକ ଦିନ ହେଲା ସରକାରୀ ସ୍କୁଲରେ ରହୁଛନ୍ତି , ଯେତେବେଳେ କରୋନା ମହାମାରୀ ବ୍ୟାପିଥିଲା ସେତେବେଳ ଉକ୍ତ ପରିବାର ର ଘର ନଥିବାରୁ ରାମିମୁଣ୍ଡା ଗାଁ ଲୋକ ଙ୍କୁ କହି ଉକ୍ତ ସରକାରୀ ବିଦ୍ୟାଳୟ ରେ ରହି ଆସୁଥିଲେ l ଯେତେବେଳ ସ୍କୁଲ ଖୋଲିଲା ଗାଁ ଲୋକ ମାନେ ଉକ୍ତ ପରିବାରକୁ ସ୍କୁଲ ରୁ ଯିବାକୁ କହିଥିଲେ ଏବଂ ଯିବାକୁ ଏକ ମାସ ସମୟ ମଧ୍ୟ ଦେଇଥିଲେ , ହେଲେ ଗାଁ ଲୋକ ବାରମ୍ବାର କହିବା ସତ୍ତ୍ୱେ ସେମାନେ ସ୍କୁଲ ରୁ ଯାଉ ନଥିଲେ ଏବଂ ସେମାନେ ସ୍କୁଲ ରେ ପଲଙ୍କ ପକାଇ ଆରାମ ରେ ରହୁଥିଲେ . ଏପଟେ ଛାତ୍ରଛାତ୍ରୀ ମାନେ ବାହାରେ ଖରାରେ ଗଛ ମୂଳେ ପାଠ ପଢୁଥିଲେ l ଯେହେତୁ ପିଲା ମାନଙ୍କର ପରୀକ୍ଷା ପାଖେଇ ଆସିଲାଣି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମାନେ ଏହି ପରିବାର କୁ ସ୍କୁଲ ରୁ ଯିବାକୁ କହିଥିଲେ ହେଲେ ଉକ୍ତ ପରିବାର ସ୍କୁଲ ରୁ ଯିବାକୁ ନାରାଜ l ଶେଷରେ ବାଧ୍ୟ୍ୟ ହୋଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉକ୍ତ ସ୍କୁଲ ରେ ରହୁଥିବା ପରିବାର ର ଜିନିଷ ପତ୍ର କୁ ବାହାରକୁ ବାହାର କରିଥିବାର ଜଣାଯାଇଛି l

Exit mobile version