Site icon Awaj Media

କନ୍ଧମାଳ ଦଙ୍ଗା ଘଟଣା : ପ୍ରମାଣ ଅଭାବରୁ ୩୨ ଜଣ ନିର୍ଦ୍ଦୋଷ ରେ ଖଲାସ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ସମେତ ଚାରି ଜଣ ସହଯୋଗୀ ଅଜଣା ଆତତାୟୀ ଙ୍କ ଗୁଳିରେ ନିହତ ହୋଇଥିଲେ l ଏହାକୁ ନେଇ ପରବର୍ତ୍ତୀ ସମୟରେ ସମଗ୍ର କନ୍ଧମାଳ ରେ ଦଙ୍ଗା ଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା l ଏହି ଘଟଣା ରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ରେ ବହୁ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏକ ମାମଲାର ବିଚାର କରି ବାଲିଗୁଡା ଅତିରିକ୍ତ ସେସନ ଜଜ୍ ଦୀପଙ୍କର ପଟ୍ଟନାୟକ କନ୍ଧମାଳ ଦଙ୍ଗା ଘଟଣା ରେ ଗିରଫ ହୋଇଥିବା ୩୨ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି l ପ୍ରକାଶ ଯେ, ଦାରିଙ୍ଗବାଡି ଥାନା କେଶ ନଂ.୫୭ / ୦୮ ପ୍ରକାରେ ଏକ ମକଦ୍ଦମା ରୁଜୁ ହୋଇଥିଲା l ଉକ୍ତ ମକଦ୍ଦମା କୁ ଭିତ୍ତି କରି କେଶ ଚାଲିଥିଲା l ତାହାର ଶୁଣାଣୀ ରେ କନ୍ଧମାଳ ଦଙ୍ଗା ଘଟଣା ରେ ଗିରଫ ହୋଇଥିବା ୩୨ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି l ଏହି ମକଦ୍ଦମାକୁ ବାଲିଗୁଡାର ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ପାତ୍ର ପରିଚାଳନା କରୁଥିଲେ l

Exit mobile version