ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ କଟିକଟା – ଜୟପୁର ପୂର୍ତ୍ତ ବିଭାଗ ରାସ୍ତା ପାଲଟିଛି ମରଣଯନ୍ତା . ପ୍ରତିଦିନ ଘଟୁଛି ଛୋଟ ବଡ ଦୁର୍ଘଟଣା . ଅସୁରେଶ୍ଵର ବଜାର ରେ ଗତ ଗୁରୁବାର ରାତି ଆଠଟା ସମୟରେ ମଟର ସାଇକେଲ ଯୋଗେ ଯାଉଥିବା ସ୍ଥାନୀୟ ପୁବଶଂ ଗ୍ରାମ ର ଅଜୟ ମିଶ୍ର ଙ୍କୁ ଏକ ହାଇୱା ଟ୍ରକ୍ ଧକ୍କା ଦେବାରୁ ସେ ତଳେ ପଡି ଯାଇଥିଲେ। ଅଜୟ ମିଶ୍ର ଙ୍କୁ ସ୍ଥାନୀୟ ଲୋକେ ଟ୍ରକ ତଳୁ ଉଠାଇବା ପରେ ଉକ୍ତ ଟ୍ରକ ଡ୍ରାଇଭର ଙ୍କୁ ପଚାରିବାରୁ , ଗାଡି ଚାଳକ କହିଲେ ଗାଡ଼ି ଚଢ଼ିଗଲେ ମୋର କଣ ହୋଇଗଲା । ଡ୍ରାଇଭର ଙ୍କ ଏହି କଥା ଶୁଣିଲା ପରେ ସ୍ଥାନୀୟ ଜନସାଧାରଣ ଉତ୍ୟକ୍ତ ହୋଇ ଉକ୍ତ ହାଇୱା ଗାଡ଼ିକୁ କଟକ ରଖିବା ସହିତ ରାସ୍ତା ଅବରୋଧ କରିଥିଲେ ।
ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଅନୁସାରେ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଲୁଣା ଚିତ୍ରୋତ୍ପଳା ନଦୀ ରୁ ଶହ ଶହ ବାଲି ବୋଝେଇ ହାଇୱା ଟ୍ରକ୍ ଚାଲିବା କାରଣରୁ ବାଲି ବୋଝେଇ ଗାଡି ରୁ ପାଣି ବୋହିବା କାରଣ ରୁ ଏହି ରାସ୍ତା ରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି . ଯାହା ଫଳରେ ରାସ୍ତାରେ ଯାଉଥିବା ସ୍କୁଲ କଲେଜ ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଏହି ରାସ୍ତା ଉପରେ ବାଲି ପଡିବା ହେତୁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ଜନସାଧାରଣ ଓ ଅସୁରେଶ୍ଵର ବ୍ୟବସାୟ ସଂଘ ପକ୍ଷରୁ ବାରମ୍ଵାର ପ୍ରଶାସନ ଙ୍କୁ ଅବଗତ କରିଥିଲେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବୋଲି ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ମିଡ଼ିଆ ରେ ଖବର ପ୍ରସାରଣ ସତ୍ତ୍ୱେ କଣ ପାଇଁ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ଏହା ଜନସାଧାରଣ ଙ୍କ ଚିନ୍ତା ର ବିଷୟ ପାଲିଟିଛି । ରାସ୍ତା ଅବରୋଧ ଖବର ପାଇ ବିଳମ୍ବ ହେଲେ ମଧ୍ୟ ନିଶ୍ଚିନ୍ତକୋଇଲି ଥାନା ର ପୋଲିସ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରିବାରୁ ରାସ୍ତା ଅବରୋଧ ହଟିଥିଲା । ଦେଖିବାର ବାକି ରହିଲା କେବେ ଭାଙ୍ଗୁଛି ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା , କେବେ ହେବ ସମସ୍ୟା ର ଅନ୍ତ ।

