Site icon Awaj Media

ହାଟ ବରଡି ସରପଞ୍ଚଙ୍କ ଅଭିଯୋଗ କ୍ରମେ ଆକ୍ସନ ମୁଡରେ ଖୋର୍ଦ୍ଧା ସିଏସଓ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହାଟବରଡ଼ି ଗ୍ରାମ ପଞ୍ଚାୟତରେ ଯୋଗାଣ ସହାୟକ ସଞ୍ଜୟ ଜେନାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନବ ନିର୍ବାଚିତ ସରପଞ୍ଚ ଓ ପଞ୍ଚୟତର ରାସନ୍ କାର୍ଡ ହିତାଧିକାରୀ । ବିଗତ ୨୦୧୪ – ୧୫ରୁ ହାଟବରଡିର ଯୋଗାଣ ସହାୟକ ଭାବରେ ନିଯୁକ୍ତି ପାଇଥିଲେ ସଞ୍ଜୟ କୁମାର ଜେନା । ଦୀର୍ଘ ବର୍ଷ ଧରି ଖାଉଟି ସାମଗ୍ରୀରେ ଘୋଟାଲା ପରେ ଘୋଟାଲା କରି ମନମୁଖୀ ଶାସନରେ କରି ଆସୁଛନ୍ତି . ଯୋଗାଣ ସହାୟକଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ରାସନ କାର୍ଡ଼ର ପ୍ରକୁତ ହିତାଧିକାରୀ ମାନେ। ପିଡିଏସ ସାମଗ୍ରୀରେ ହିତାଧିକାରୀ ମାନଙ୍କୁ ମାପ ଓଜନରେ ଠକିବା ଶହ ଖାଉଟି କାର୍ଡ଼ରେ କିରାସିନୀ ପକାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଏପରିକି ଉକ୍ତ କିରାସିନିକୁ ବଜାରରେ ଚଢା ଦରରେ ବିକ୍ରି କରୁଛନ୍ତି । ଏଥି ସହିତ କିଛି ହିତାଧିକାରୀଙ୍କୁ ଜାତିଆଣ ଆକ୍ଷେପ ମଧ୍ୟ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସମିତିସଭ୍ୟା । ସ୍ଥାନୀୟ ସରପଞ୍ଚଙ୍କ କହିବା ମୁତାବକ ଯୋଗାଣ ସହାୟକ ମନଇଚ୍ଛା ଯିବା ଆସିବା ଏବଂ ମନଇଚ୍ଛା ସାମଗ୍ରୀ ବାଣ୍ଟିବା ନେଇ ଗତ ୨୭/୦୪/୨୦୨୨ ରେ ଖାଦ୍ୟ ଯୋଗାଣ ସଚିବ, ସିଏସଓ, ଏସିଏସଓ ଏବଂ ବିଡିଓଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ଏଥିସହିତ ୧୭/୦୫/୨୦୨୨ ରେ ପଞ୍ଚାୟତର ସ୍ଵତନ୍ତ୍ର ବୈଠକରେ ପ୍ରସ୍ତାବ ନଂ ୪ ରେ ତାକୁ ବହିଷ୍କାର କରାଯିବା ସମ୍ବନ୍ଧରେ ପ୍ରସ୍ତାବ ପରେ ୩୧/୦୫/୨୦୨୨ ରେ ତାଙ୍କୁ ବହିଷ୍କାର କରିବା ନେଇ ଚିଠି ନଂ୧୧ ଓ ୧୨ ରେ ଉପଜିଲ୍ଲାପାଳ ,ଚିଠି ନଂ ୧୩ରେ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଥିଲା । ସରପଞ୍ଚ ହୁଲାସ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଓସିଏସଓ ଙ୍କ ତତ୍ତ୍ଵାବଧାନରେ ଏସିଏସଓ ତ୍ରିଲୋଚନ ସାହୁଙ୍କ ସହିତ ଚିଲିକା ବ୍ଲକ ର ଯୋଗାଣ ନିରୀକ୍ଷକ ଅରୁଣ କୁମାର ଲେଙ୍କା ପଞ୍ଚାୟତରେ ପହଞ୍ଚି ସମସ୍ତ ଦସ୍ତାବିଜ୍କୁ ଅନୁଧ୍ୟାନ କରିବା ସହିତ ପଞ୍ଚାୟତର ଦୁଇଟି ଗୋଦାମ ଗୃହରେ ଥିବା ଷ୍ଟକ୍କୁ ଅନୁଧ୍ୟାନ କରିଥିଲେ । ନିକଟସ୍ଥ ତରାପି ଠାରେ ଥିବା ଷ୍ଟକ୍ ମଧ୍ୟ ଅନୁଧ୍ୟାନ କରିବା ସହ ଏ ସମ୍ବନ୍ଧରେ ଏକ ରିପୋର୍ଟ୍ ପ୍ରସ୍ତୁତ କରି ସବ୍କଲେକ୍ଟରଙ୍କୁ ଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ । ଖୋର୍ଦ୍ଧା ଏ ସି ଏସ ଓ ଏ ସମ୍ପର୍କରେ ଯୋଗାଣ ସହାୟକଙ୍କୁ ପଚାରିବାରୁ ସେ କହିଛନ୍ତି ମୋ ଉପରେ ଏକ ରାଜନୈତିକ ପ୍ରେସର କରାଇ ଚକ୍ରାନ୍ତ କରୁଥିବା କହିଛନ୍ତି ।ଖୋର୍ଦ୍ଧା ଏସିଏସଓ ତ୍ରିଲୋଚନ ସାହୁଙ୍କ ସୂଚନା ମୁତାବକ ଖୋର୍ଦ୍ଧା ଉପଜିଲ୍ଲାପାଳ ଏହାର ତଦନ୍ତ କରିବା ପରେ ଏହା ଉପରେ ଦୃଢ଼ କାର୍ୟ୍ଯନୁଷ୍ଠାନ ଗ୍ରହଣ କରାଯିବ ।

Exit mobile version