Site icon Awaj Media

ମଦ ବିରୋଧରେ ତାତିଲେ ମହିଳା : ରାଲି କରି ଗ୍ରାମର ଚୋରା ମଦ ବେପାରୀ ଓ ମଦୁଆଙ୍କୁ ଦେଲେ ଚେତାବନୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱ ପରିବେଶ ଦିବସ ପାଳନ ହେଉଥିବା ବେଳେ , ଗ୍ରାମରେ ଚୋରା ଦେଶୀ ମଦବେପାର , ମଦୁଆଙ୍କ ସଂଖ୍ୟା ଓ ଉତ୍ପାତ ବୃଦ୍ଧି କୁ ନେଇ ତାତିଛନ୍ତି ମହିଳା । ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସୀଙ୍ଗାରପଲ୍ଲି ପଞ୍ଚାୟତର ଯୋଡାସାହି ଗ୍ରାମରେ । ପ୍ରକାଶ ଥାଉକି କାପ୍ତାପଲ୍ଲୀ ଏବଂ ଗୁମି ମାଳ ଅଞ୍ଚଳରେ ଚୋରାରେ ଦେଶୀ ମଦ ରନ୍ଧାଯାଇ ବିକ୍ରି କରାଯାଉ ଥିବାରୁ , ଯୋଡାସାହି ଗ୍ରାମର କେତେକ ବ୍ୟକ୍ତି ଚୋରାରେ ମଦ ଆଣି ଗ୍ରାମରେ ବେପାର କରୁଛନ୍ତି । ଯାହା ଫଳରେ ଗ୍ରାମରେ ମଦ୍ୟାପଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଗ୍ରାମର ଯୁବପିଢି ମଦନିଶା କବଳରେ ପଡ଼ୁଛନ୍ତି । ମଦ ଯୋଗୁଁ ଗ୍ରାମର ଶାନ୍ତ ପରିବେଶ ନଷ୍ଟ ହେବା, ପରିବାରରେ ଅଶାନ୍ତି ସୃଷ୍ଟି ହେବା , ମଦ ପିଇ କରି ଘରେ ମାରପିଟ୍ କରିବା ସହିତ ଗାଆଁରେ ବିଶୃଙ୍ଖଳା ସୃଷ୍ଟି ହେଉଛି । ଏଥିରେ ଅତିଷ୍ଠ ହୋଇ ଯୋଡାସାହି ଗ୍ରାମର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ର ଶତାଧିକ ମହିଳା ଏକାଠି ହୋଇ ଗ୍ରାମରେ ଚୋରା ମଦ ବେପାର ବନ୍ଦ କରିବା ଓ ଗ୍ରାମକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ଏକ ଶୋଭାଯାତ୍ରା ରେ ବାହାର କରି ମଦ,ଗଞ୍ଜେଇ ପ୍ରଭୃତି ବିଭିନ୍ନ ନିଶାଦ୍ରବ୍ୟ ସେବନ ର ଅପକାରିତା ସମ୍ପର୍କରେ ସଚେତନ କରାଇବା ସହିତ , ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ସ୍ଲୋଗାନ ମାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ମହିଳା ସ୍ଵୟଂସହାୟିକା ଗୋଷ୍ଠୀ ସମୂହ ପକ୍ଷରୁ CRP ରଶ୍ମିତା କହଁର ଓ ମହିଳା ଗୋଷ୍ଠୀର ସଭାନେତ୍ରୀ ଜୟନ୍ତୀ ଧଳ ପ୍ରମୁଖ ଙ୍କ ନେତୃତ୍ୱରେ ଗ୍ରାମରେ ଚୋରାମଦ ବିକ୍ରୀ ବିରୁଦ୍ଧରେ ଏବଂ ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ କୁ ଗ୍ରାମର ବୁଦ୍ଧିଜୀବୀ ଓ ପଞ୍ଚାୟତ ବାସି ସ୍ୱାଗତ କରିଛନ୍ତି । ଗ୍ରାମାଞ୍ଚଳରେ ଚାଲିଥିବା ଚୋରା ଦେଶୀ ମଦ ବେପାର କୁ ରୋକିବା ପାଇଁ ଅବକାରୀ ବିଭାଗ ଓ ସ୍ଥାନୀୟ ପୋଲିସ ଦୃଷ୍ଟି ଦେବା ନିମନ୍ତେ ସାଧାରଣରେ ଦାବି ହୋଇଛି ।

Exit mobile version