Site icon Awaj Media

ତେଲ ଟ୍ୟାଙ୍କର ଦୁର୍ଘଟଣା ୪ ମୃତ : ଜଣେ ଗୁରୁତର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ନିକଟରେ ତେଲ ଟ୍ୟାଙ୍କର ଦୁର୍ଘଟଣା ୪ ମୃତ , ଜଣେ ଗୁରୁତର । ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ନିକଟ ବଡପଣ୍ଡୁସର ବ୍ରିଜ ରେ ଘଟିଛି ଦୁର୍ଘଟଣା। ଏକ ତେଲ ବୋଝେଇ ଟ୍ୟାଙ୍କର ବ୍ରିଜ ତଳକୁ ଓଲଟି ପଡିବାରୁ ଦୁର୍ଘଟଣା ହୋଇଥିବା ସୂଚନା । ଟ୍ୟାଙ୍କର ଟି ବ୍ରିଜ ତଳକୁ ଖସି ଯିବା ଫଳରେ ତଳେ ପଡି ଗାଡ଼ିରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ଦ୍ଵାରା ତେଲ ଟାଙ୍କି ବ୍ରଷ୍ଟ ହେବା ଫଳରେ ଏଥିରେ ଥିବା ଲୋକମାନେ ଜଳି ଯାଇଥିଲେ । ମୃତ ଦେହ ଗୁଡ଼ିକୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ଅଗ୍ନିଶମ ବିଭାଗ ଓ ପୋଲିସ ଉଦ୍ଧାର କରିଥିବା ସୂଚନା । ଖବର ମିଳିବା ସମୟରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।

Exit mobile version