Site icon Awaj Media

ବିଦେଶୀଙ୍କ ମୃତ ଦେହକୁ ପଠାଗଲା ସୁଦୂର ନାଇଜେରିଆ ଦେଶକୁ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ନାଇଜେରିଆ ଯୁବକଙ୍କ ମୃତ୍ୟୁ ଘଟଣା ! ମୃତ୍ୟୁ ପରେ ଦୀର୍ଘ ସମୟ ଧରି ତାଙ୍କର ମୃତ ଶରୀର ପଡି ରହିଥିବା ଘଟଣା ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଚଳଚଞ୍ଚଳ ହୋଇ ଉଠିଲା ପ୍ରଶାସନ । ସୂଚନା ଅନୁଯାୟୀ ବିହାର ପାଟନା ଜେଲରୁ ଜଣେ ନାଇଜେରିଆ ଯୁବକ ସାଇବର କ୍ରାଇମ କେଶରେ ପୁରୀ ଜେଲକୁ ଚାଲାଣ ହୋଇ ଆସିଥିବା ବେଳେ, ତାଙ୍କର ପିଚାରେ ଏକ ବରମୁଳିଆ ଭଳି ଏକ ଖଣ୍ଡିଆ ହୋଇଥିଲା । ପ୍ରଥମେ ଜେଲ ରେ ତାଙ୍କର ଚିକିତ୍ସା ହୋଇଥିଲା । ଚିକିତ୍ସାରେ କୌଣସି ସୁଫଳ ନମିଳିବା ପରେ 9 ତାରିଖ ଦିନ, ନାଇଜେରିଆ ଯୁବକଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୁରୀ ଡାକ୍ତରଖାନାରେ ବିଦେଶୀ ଯୁବକଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ନ ହେବା ଫଳରେ ତାଙ୍କୁ 24 ତାରିଖ ଦିନ କଟକ ବଡ ମେଡିକାଲରେ ଭର୍ତ୍ତି କରାଗଲା । ବିଦେଶୀ ଯୁବକଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହେଲା ନାହିଁ, ଶେଷରେ ବିଦେଶୀ ଜଣକ ଗତ 26 ତାରିଖ ସନ୍ଧ୍ୟା 7 ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଇଣ୍ଡିଆନ ଆମ୍ବସି ଓ ନାଇଜେରିଆ ଆମ୍ବସିଙ୍କ ସମ୍ପର୍କ ନ ହୋଇ ପରିବା ଫଳରେ ଦୀର୍ଘ ଦିନ ଧରି ତାଙ୍କ ମୃତ ଶରୀର ମୃତ ଘରେ ପଡି ରହିଥିଲା । ଗତକାଲି ତାଙ୍କର ଶରୀରକୁ ତାଙ୍କ ଭାଇଙ୍କୁ ହସ୍ତାନ୍ତର କରାଯାଇଛି । ଟ୍ରେନ ଯୋଗେ କଟକରୁ ଦିଲ୍ଲୀ ଓ ଦିଲ୍ଲୀରୁ ନାଇଜେରିଆ ନିଆଯିବ ବୋଲି ସୁଚାନା ମିଳିଛି । ମୃତ ଶରୀରକୁ ଇଣ୍ଡିଆନ ଆମ୍ବାସି ଓ ରେଡକ୍ରସ ସହଯୋଗରେ ତାଙ୍କ ଜନ୍ମ ମଟି ନାଇଜେରିଆ କୁ ପଠାଗଲା । ବିଦେଶୀଙ୍କ ଶବକୁ ବଡ ମେଡିକଲରୁ ଆମ୍ବୁଲାନ୍ସ ଯୋଗେ କଟକ ରେଳଷ୍ଟେସନକୁ ନିଆଗଲା । କଟକ ରେଳଷ୍ଟେସନରୁ ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ମୃତ ଶରୀରକୁ ନେଇ ତାଙ୍କ ସମ୍ପର୍କୀୟ ଭାଇ ନୂଆଦିଲ୍ଲୀ ଯିବେ । ନୂଆଦିଲ୍ଲୀରୁ ଇଣ୍ଡିଆନ ଆମ୍ବାସିଙ୍କ ସହଯୋଗରେ ବିଦେଶୀଙ୍କ ମୃତ ଦେହକୁ ସୁଦୂର ନାଇଜେରିଆ ଦେଶକୁ ପଠାଯିବ !!

Exit mobile version