Site icon Awaj Media

ଘରୋଇ କଳି ହେଲା କାଳ : ବାଲୁଗାଁରେ ଅଞ୍ଚଳରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା, ନାଭାଲ ଫାଣ୍ଡି ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଘରୋଇ କଳି ହେଲା କାଳ । ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ୨୩ ବର୍ଷୀୟ ଯୁବକ । ଫାଣ୍ଡି ଅଧିକାରୀଙ୍କ ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଗୌତମ ନାୟକଙ୍କ ପୁତ୍ର ଶିବଦତ୍ତ ନାୟକ (୨୩) ନିଜ ଘରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି । ଶିବଦତ୍ତ ଭୁବନେଶ୍ୱରସ୍ଥିତ ଏକ ଘରୋଇ କମ୍ପାନୀରେ ସୁପରଭାଇଜର ରୂପେ କାମ କରୁଥିବା ବେଳେ ରଜ ନିମନ୍ତେ ନିଜ ଗ୍ରାମକୁ ଛୁଟି ନେଇ ଫେରିଥିଲେ । ତେବେ ତାଙ୍କ ବାପା ଗୌତମ ଓ ଶିବଙ୍କ ମଧ୍ୟରେ କାଲି କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏବଂ ଶିବ ରାତିରେ ଆତ୍ମହତ୍ୟା କରିଥିଲେ । ଏ ନେଇ ନାଭାଲ ଫାଣ୍ଡି ପୋଲିସ ଶବ ଜବତ କରି କେଶ ନମ୍ବର ୧୭ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Exit mobile version