Site icon Awaj Media

ନିଜକୁ ନୟାଗଡ ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ କହି ଲୋକଙ୍କୁ ଲଗାଉଥିଲା ଚୂନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଏବଂ ନୟାଗଡ଼ ଟାଉନଥାନା କୁ ମିଳିଛି ବଡ଼ ସଫଳତା । ନିଜକୁ ନୟାଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ପରିଚୟ ଦେଇ ଭୁବନେଶ୍ୱର ନନ୍ଦନକାନନ ଥାନା ଢଲୁଆ ଅଞ୍ଚଳର କୈଳାସ ଭୋଇ ଙ୍କ ପୁଅ ଦିପକ ଭୋଇ ଲୋକଙ୍କୁ ଲଗାଉଥିଲା ଚୂନ . ମୋ କୁଡିଆ ଯୋଜନାରେ ଘର କରାଇଦେବ କହି ଇଟାମାଟି ଥାନା ଅଞ୍ଚଳରୁ ଲୋକ ମାନଙ୍କଠାରୁ ୨୦ ରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲା । ଟଙ୍କା ନଥିଲେ ସେହି ମୂଲ୍ୟର ସୁନାଗହଣା ଦିଅ କହି ଲୁଟି ନେଉଥିଲା ସୁନାଗହଣା । ଏପରି ଠକାମୀ ର ଶିକାର ହୋଇଥିବା ଇଟାମାଟି ଥାନା ଲାଠିପଡା ଗ୍ରାମର ଜନୈକ ବ୍ୟକ୍ତି ଥାନାରେ ଅଭିଯୋଗ କରିବା ପରେ ଇଟାମାଟି ପୋଲିସ ଦିପକ ଭୋଇ କୁ ଗିରଫ କରିବା ସହ ତାଠାରୁ ଗୋଟିଏ ସୁନା ଚେନ, ନେକଲେସ , କାନ ଫୁଲ, ମୁଦି , ଏକ ବାଇକ୍ ଯାହାର ନମ୍ବର OR 02 AQ 5132 କୁ ଜବତ କରି ଦିପକ ଭୋଇ କୁ କୋର୍ଟ ଚାଲାଣ କରିଛି ।

ସେହିଭଳି ଭାବେ ଡକାୟତି ଉଦ୍ୟମ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ନୟାଗଡ଼ ଥାନା ପୋଲିସ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପଟିଗଡା ଅଞ୍ଚଳର ଚିରଞ୍ଜିବୀ ସେଠି ଓ ହିମାଂଶୁ ସେଠି ଙ୍କ ସହ ୮ଟି ବମ ଏବଂ ଦୁଇଟି ବାଇକ୍ ଜବତ କରିଛି । ଅଭିଯୁକ୍ତ ମାନେ ସାତ ଜଣ ମିଶି ଡକାୟତି ଉଦ୍ୟମ କରୁଥିବା ସ୍ବୀକାର କରିଛନ୍ତି । ସେହିଭଳି ଭାବେ ଅନ୍ୟ ଏକ ଘଟଣାରେ ନୟାଗଡ଼ ଟାଉନ ଥାନା ପକ୍ଷରୁ ସନ୍ଧ୍ୟା ସମୟରେ ପେଟ୍ରଲିଂ ସମୟରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୁଲାଡ ଗ୍ରାମର ଟୁକୁନା ସ୍ବାଇଁ କୁ ଗିରଫ କରିବା ସହ ତାଠାରୁ ଗୁଳି ଲୋଡ୍ ଥିବା ଏକ ଦେଶୀ ବନ୍ଧୁକ ସହ ଏକ ବାଇକ୍ ଜବତ ହୋଇଛି । ଡକାୟତି ଉଦ୍ୟମ କରୁଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶିଘ୍ର ଗିରଫ କରାଯିବ ବୋଲି ନୟାଗଡ଼ ଏସ୍ପି ଅଲେଖ ପହି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି । ନୟାଗଡ଼ ଜିଲ୍ଲା କୁ ଅପରାଧ ମୁକ୍ତ କରିବା ଲାଗି ନୟାଗଡ ଟାଉନଥାନା ଆଇଆଇସି ପ୍ରଜ୍ଞା ପାରମିତା ଜେନା, ସବ ଇନ୍ସପେକ୍ଟର ଧର୍ମେନ୍ଦ୍ର ଶିଆଳ, ପ୍ରୀତି ପ୍ରକାଶ ମହାନ୍ତି, ଇଟାମାଟି ଆଇଆଇସି ରମେଶ ଚନ୍ଦ୍ର ଦେବତା, ସ୍ପେଷାଲ ସ୍କ୍ୱାର୍ଡ ର ଅଧିକାରୀ ମାନଙ୍କ ଅହରହ ଉଦ୍ୟମକୁ ଏସ୍ପି ଆଲେଖ ପହି ପ୍ରଶଂସା କରିବା ସହ ସମସ୍ତ ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Exit mobile version