Site icon Awaj Media

ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବୃଦ୍ଧ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା କୁ ଦୁଷ୍କର୍ମ ହୋଇଥିବା ପରିବାର ପକ୍ଷରୁ ଛେଣ୍ତିପଦା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଜଣେ ୬୮ ବର୍ଷର ବୃଦ୍ଧକୁ ଗିରଫ କରିଛି l ଘଟଣାରୁ ପ୍ରକାଶ ଯେ ,ଛେଣ୍ତିପଦା ଥାନା ଅଞ୍ଚଳର ଜଣେ ନାବାଳିକା ସମ୍ପର୍କୀୟ ଅଜାଙ୍କ ପାଖକୁ ଖେଳିବା ପାଇଁ ଯାଇଥିବା ବେଳେ ସମ୍ପର୍କୀୟ ଅଜା ନିଶାସକ୍ତ ଅବସ୍ଥାରେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ l ପାଖରେ ଥିବା ନାବାଳିକାଙ୍କ ଦାଦା ଝିଅ ଏହା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ଛେଣ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ , ତେବେ ନାବାଳିକା ପରିବାରଙ୍କ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ କରିବା ସହିତ ବୃଦ୍ଧ ଋଷବ ନାଏକଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି l

 

Exit mobile version