Site icon Awaj Media

ନୋତର ଗ୍ରାମପଞ୍ଚାୟତ ସମବାୟ ସମିତି ସଭାପତି ନିର୍ବାଚନ ରେ ଅନିୟମିତତା ଅଭିଯୋଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ନୋତର ଗ୍ରାମପଞ୍ଚାୟତ ସମବାୟ ସମିତି ସଭାପତି ନିର୍ବାଚନ ରେ ଅନିୟମିତତା ଅଭିଯୋଗ । ଥାନା ର ଦ୍ବାରସ୍ଥ ହେଲେ ନିର୍ବାଚିତ ପ୍ରତିନିଧି ମଣ୍ଡଳୀ । ଅଭିଯୋଗ ଅନୁଯାୟୀ ନୋତର ସମବାୟ ସମିତି ସଭାପତି ନିର୍ବାଚନ ଲାଗି ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ସମିତି ସମ୍ପାଦକ ଆଶିଷ କୁମାର ପ୍ରଧାନଙ୍କ ସହ ସାକ୍ଷାତ କରିଥିଲେ . ଏ ସମ୍ପର୍କରେ ନୋଟିସ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ସମ୍ପାଦକ ପ୍ରକାଶ କରିଥିଲେ । ହଠାତ୍ ୩ ତାରିଖରେ ସମସ୍ତ ଙ୍କୁ ଡକାଇ ୪ ତାରିଖରେ ସଭାପତି ନିର୍ବାଚନ ହେବ ବୋଲି ନୋଟିସ ଦେଇଥିଲେ । ନୋଟିସ ରେ ନିର୍ବାଚନ ଅଧିକାରୀଙ୍କ ଦସ୍ତଖତ ଏବଂ ସିଲ ନଥିବାରୁ ସନ୍ଦେହ ଉପୁଜିବାରୁ ନିର୍ବାଚିତ ପ୍ରତିନିଧି ଗୋଲଖ ନାୟକ ଉପରିସ୍ଥ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବାରୁ ୨୪ ତାରିଖରୁ ସଭାପତି ନିର୍ବାଚନ ସରି ଯାଇଥିବା ପ୍ରକାଶ କରିଥିଲେ । ବିଶେଷ ସୂତ୍ରରୁ ପ୍ରକାଶ ସମ୍ପାଦକ ଆଶିଷ କୁମାର ପ୍ରଧାନ ଚଞ୍ଚକତା କରି ମନଇଛା ଜଣେ ସଭ୍ୟଙ୍କୁ ନିର୍ଦ୍ୱନ୍ଦ ରେ ସଭାପତି ଭାବେ ନିର୍ବାଚିତ କରି ସାରିଛନ୍ତି । ଅନ୍ୟ ପକ୍ଷରେ ସମ୍ପାଦକ ଆଶିଷ କୁମାର ପ୍ରଧାନ ଙ୍କ ନାମରେ ଆଉ ଏକ ସଙ୍ଗିନ ଅଭିଯୋଗ ହୋଇଛି ସମବାୟ ସମିତି ନିର୍ବାଚନ ଡାଇରେକ୍ଟର ପଦବୀ ପାଇଁ ଚଣ୍ଡେଶ୍ବର ନାୟକ ଏକମାତ୍ର ବ୍ୟକ୍ତି ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ତାଙ୍କୁ ବିଜୟୀ ଘୋଷଣା କରାଗଲା । କିନ୍ତୁ ୩ ତାରିଖ ରେ ସମବାୟ ସମିତି ରେ ପହଞ୍ଚିବା ବେଳେ ଚଞ୍ଚକତା ସହ ଚଣ୍ଡେଶ୍ବର ନାୟକ ଙ୍କ ନାମ ବାଦ ଦିଆଯାଇ ତାଙ୍କ ସ୍ଥାନରେ ସମ୍ପାଦକ ଆଶିଷ କୁମାର ପ୍ରଧାନ ଡାଇରେକ୍ଟର ଭାବେ ନିଜ ବାପାଙ୍କ ନାମ ଅଚ୍ୟୁତାନନ୍ଦ ପ୍ରଧାନ ଙ୍କ ନାମ ରଖିଥିବା ଇଟାମାଟି ଥାନା ରେ ଅଭିଯୋଗ ହୋଇଛି । ନୋତର ସମବାୟ ସମିତି ନିର୍ବାଚନରେ ସମ୍ପାଦକ ଆଶିଷ କୁମାର ପ୍ରଧାନ ଅନିୟମିତତା କରିଥିବା ଅଭିଯୋଗ ଆଣି ନିର୍ବାଚିତ ଡାଇରେକ୍ଟର ମାନେ ଇଟାମାଟି ଥାନା ରେ ଅଭିଯୋଗ କରିବା ସହିତ ଏହାର ତୁରନ୍ତ ପଦକ୍ଷେପ ନିମନ୍ତେ ଏଆରସିଏସଙ୍କ ପାଖକୁ ଦାବିପତ୍ର ପଠାଇଛନ୍ତି ।

 

Exit mobile version