Site icon Awaj Media

ନୟାଗଡ଼ ସମବାୟ ସମିତି ସଭାପତି ନିର୍ବାଚନ କୁ ନେଇ ବୋମା ମାଡ଼ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସମବାୟ ସମିତି ସଭାପତି ନିର୍ବାଚନ କୁ ନେଇ ବୋମା ମାଡ଼ । ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ରଣପୁର ଥାନା କଣ୍ଡରାସଂହ ଗାଁ ରେ ହୋଇଛି ବୋମାମାଡ । ସୂଚନା ଅନୁସାରେ ବଳଭଦ୍ରପୁର ପଞ୍ଚାୟତ ସମବାୟ ସମିତି ସଭାପତି ନିର୍ବାଚନ ରେ ଜଣେ ନିର୍ଦିଷ୍ଟ ବ୍ୟକ୍ତି ଙ୍କୁ ଭୋଟ ଦେବାକୁ କଣ୍ଡରାସଂହ ଗ୍ରାମ ର କେଳୁଚରଣ ସ୍ବାଇଁ ଙ୍କ ଘରକୁ ଦୁଇ ଜଣ ବ୍ୟକ୍ତି ଆସି କହିଥିଲେ । କେଳୁଚରଣ ଘରେ ନଥିବାରୁ ତାଙ୍କ ପରିବାର କୁ କିଛି ଟଙ୍କା ଯାଚିବା ସହ ନିର୍ଦିଷ୍ଟ ବ୍ୟକ୍ତି ଙ୍କୁ ଭୋଟ ଦେବାପାଇଁ ବାଧ୍ୟ କରିଥିଲେ । ଏଥିରେ ପରିବାର ଲୋକେ ବିରୋଧ କରିବାରୁ ଏହି ଦୁଇ ଜଣ ବ୍ୟକ୍ତି ପରିବାର ଲୋକଙ୍କୁ ଗାଳି ଗୁଲଜ କରିବା ସହ ମଧ୍ୟ ରାତ୍ରୀରେ ଘର ଉପରକୁ ବୋମା ମାଡ଼ କରିଥିଲେ । ଏସମ୍ପର୍କରେ ପରିବାର ପକ୍ଷରୁ ରଣପୁର ଥାନା ରେ ଅଭିଯୋଗ ପରେ ରଣପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version