Site icon Awaj Media

ମା କୁ ହତ୍ୟା କଲା ନୃଶଂସ ପୁଅ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଏଭଳି ଏକ ରୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଶୁକରପଡା ପଞ୍ଚାୟତରେ । ଶୁକରପଡା ୧୦ ନମ୍ବର ୱାର୍ଡର ପ୍ରମିଳା ସ୍ୱାଇଁ ଙ୍କୁ ନିଜର ଜନ୍ମିତ ପୁଅ ଜିତେନ୍ଦ୍ର ସ୍ଵାଇଁ ଘରେ କେହି ନଥିବା ସମୟ ରେ ଅତି ନୃଶଂସ ଭାବେ ପନିକି ଓ ଶାବଳ ରେ ହତ୍ୟା କରିଛି । ହତ୍ୟାର ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ହତ୍ୟାକାଣ୍ଡର ଶୀକାର ହୋଇଥିବା ପ୍ରମିଳା ସ୍ୱାଇଁ ଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟା କରିଥିବା ପୁଅ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି । ନିଶ୍ଚିନ୍ତକୋଇଲି ପୋଲିସ ହତ୍ୟାକାଣ୍ଡ ର ତଦନ୍ତ ଜାରି ରଖିଛନ୍ତି ।

Exit mobile version