Site icon Awaj Media

ଚୋରୀ ଲୁହା ଛଡ ନେଇ ଯାଉଥିବା ଟ୍ରକ କୁ ଜବତ କରିଛି ପୁଲିସ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଞ୍ଚମହଲାରୁ ଚୋରି ହୋଇ ଯାଇଥିବା ଲୁହା ଛଡ ନେଇ ଯାଉଥିବା ଏକ ଟ୍ରକ କୁ ପୁଲିସ ଜବତ କରିଛି । ଏହା ସହ ଘଟଣାରେ ଆଉ ଏକ ପିକଅପ ଗାଡି ମଧ୍ୟ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ତେବେ ଏହି ଘଟଣାର ମୁଖ୍ୟ ତଥା ଟ୍ରକର ଡ୍ରାଇଭର ଫେରାର ଥିବା ଜଣା ପଡିଛି । ସୂଚନା ଅନୁସାରେ, ଗତ ମେ ୬ ତାରିଖରେ ପଞ୍ଚମହଲାର ଲଜେଷ୍ଟିକ ପ୍ରାଇଭେଟ ଲିମିଟେଡର ଲୁହା ଛଡ ବୋଝେଇ ଏକ ଆଇଚର କଣ୍ଟେନର ଗାଡି ଗାଡି(ଜେଏଚ- ୧୦-ବିଟି- ୩୫୭୪) ବାଲେଶ୍ବର ଅଭିମୁଖେ ଯାଊଥିଲା । କିନ୍ତୁ ଗାଡିଟି ବାଲେଶ୍ବର ନ ପହଞ୍ଚିବାରୁ ସଂସ୍ଥାର ଅଧିକାରୀ ଅଜୟ କୁମାର ସରାଫ ୨୦୨୨ ମେ ୧୦ ତାରିଖରେ ସଦର ଥାନାର ଦ୍ବାରସ୍ଥ ହୋଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ତଦନ୍ତ ବେଳେ ଆଇରନ୍ ବୋଝେଇ ଆଇଚର ଗାଡିକୁ ରେଢାଖୋଲରୁ ଠାବ କରିଥିଲା । ତେବେ ଗାଡିରେ ଲୁହା ରଡ ନଥିଲା । ଡ୍ରାଇଭର ଗାଡିରୁ ଆଇରନ ରଡ ବିକ୍ରୀ କରି ଦେଇଥିବା ଜଣା ପଡିଥିଲା । ଅଧିକ ତଦନ୍ତ ବେଳେ ରେଢାଖୋଲର ଏକ ଢାବା ମାଲିକ ଜ୍ଞାନରଞ୍ଜନ ସାହୁଙ୍କୁ ମଧ୍ୟସ୍ଥି କରି ସୋନପୁର ଥାନା ଶିବରା ଅଞ୍ଚଳର ସୁମନ୍ତ ପ୍ରଧାନଙ୍କୁ ଧରି ସୋନପୁରର ବାଲାଜୀ ଟ୍ରେଡିଂ କମ୍ପାନୀର ପ୍ରହଲ୍ଲାଦ ଅଗ୍ରୱାଲଙ୍କୁ ଉକ୍ତ ଲୁହା ରଡକୁ ବିକ୍ରୀ କରିଥିବା ପୁଲିସ ଜାଣିବାକୁ ପାଇଥିଲା । ଏହା ଜଣା ପଡିବା ପରେ ପୁଲିସ ଦୁଇ ଜଣ ମଧ୍ୟସ୍ଥିଙ୍କ ସହ ଲୁହା ରଡ କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହ ଚୋରି ହୋଇଥିବା ଏକ ଆଇଚର କଣ୍ଟେନର , ଏକ ପିକ୍ଅପ୍ ଗାଡି ଓ ୪ କ୍ବିଣ୍ଟାଲ ଲୁହାଛଡ ଉଦ୍ଧାର କରିଛି ।

 

Exit mobile version