Site icon Awaj Media

ବାଲୁଗାଁ ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ବିପୁଳ ପରିମାଣରେ ଦେଶୀ ମଦ ସହିତ ବିଅର୍ ଜବତ , ୩ ଗିରଫ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳ ଚନ୍ଦ୍ରାପୁଟ, ରଘୁନାଥ ପ୍ରସାଦରେ ଚଢ଼ାଉ କରି ବାଲୁଗାଁ ଅବକାରୀ ବିଭାଗ ୩ ଜଣଙ୍କୁ ଗିରଫ କରିଛି ।ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରାପୁଟ, ରଘୁନାଥ ପ୍ରସାଦ ଗ୍ରାମର ମାନସ ଦାସ, ମିନତି ଯାଲି ଓ ଦୁର୍ଗା ପ୍ରସାଦ ତରେଇ ଗିରଫ ହୋଇଥିବାର ସୂଚନା ମିଳିଛି । ଏହି ଗ୍ରାମରେ ବାରମ୍ବାର ଦେଶୀ ମଦ ବିକ୍ରୟ ହେଉଥିବାର ଅଭିଯୋଗ ହେଉଥିଲା । ଆଜି ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଦେଶୀ ମଦ ସହିତ ବିଅର୍ ଜବତ କରିଛି । ବାଲୁଗାଁ ଅବକାରୀ ବିଭାଗ ପିଆର୍ କେସ ନମ୍ବର ୫୦,୫୧,୫୨/୨୨-୨୩ରେ ତିନୋଟି ମାମଲା ରୁ୍ଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Exit mobile version