Site icon Awaj Media

ଟାଙ୍ଗୀରେ ବେଆଇନ ପଥର ଖଣି ଉପରେ ଚଢାଉ : ତିନୋଟି ପାୱାର ଟିଲର ଜବତ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଂଜ୍ ଅଂଚଳରେ ବଢି ଚାଲିଛି ବେଆଇନ ମାଙ୍କଡା ପଥର ଲୁଟ । ମାଫିଆ ମାନେ ବେଧଡକ ସେମାନଙ୍କ କାରବାର ଚଳାଉଛନ୍ତି । ପଥର ମାଫିଆ ମାନେ ଜଂଗଲ ଜମିରେ ମାଙ୍କଡା ପଥର ଖଣି କରି କରି ରାଜ୍ୟ ତଥା ରାଜ୍ୟ ବାହାରକୁ ପଥର ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନି ହେଉଛି । ତେବେ ଆଜି ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଟାଙ୍ଗୀ ବନ ବିଭାଗ ରେଞ୍ଜର ଦେବାଶିଷ ଭୋଇଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ମାନେ ରାମେଶ୍ୱର ଡ଼ିପିଏଫ ଅନ୍ତର୍ଗତ ଖଜୁରୀପଡା ଅଂଚଳରେ ଚାଲିଥିବା ବେଆଇନ ମାଙ୍କଡା ପଥର ଖଣିରେ ନିରାକାରପୁର ପୋଲିସ ସହ ଅଚାନକ ଚଢ଼ାଉ କରିଥିଲେ । ଉକ୍ତ ଚଢାଉରେ କରି ତିନୋଟି ପାୱାର ଟିଲର ଜବତ କରିବାକୁ ସକ୍ଷମ ହୋଇଛି ବନ ବିଭାଗ । ଫଳରେ ମାଫିଆ ମାନେ ଭୟଭୀତ ହୋଇ କଟର ମେସିନ ଛାଡି ଜଙ୍ଗଲ ଭିତରକୁ ପଳାଇ ଯାଇଛନ୍ତି ।

Exit mobile version