Site icon Awaj Media

ବିବାହିତା ଗର୍ଭବତୀ ନାବାଳିକା ଙ୍କୁ ଉଦ୍ଧାର କଲା ଅନୁଗୁଳ ଚାଇଲ୍ଡ ଲାଇନ୍ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା ଚାଇଲ୍ଡ଼ ଲାଇନ ତରଫରୁ ଅଭିଯୋଗ କ୍ରମେ ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅଞ୍ଚଳରୁ ଜଣେ ବିବାହିତା ଗର୍ଭବତୀ ନାବାଳିକାଙ୍କୁ ଶଶୁର ଘରୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଛି । ସୂଚନା ମୁତାବକ ଟୋଲ ଫ୍ରି ନମ୍ବର – ୧୦୯୮ ରେ ଅଭିଯୋଗ କ୍ରମେ ବଅଁରପାଳ ଚାଇଲ୍ଡ଼ ମ୍ୟାରେଜ ପ୍ରୋବେସନ ଅଫିସର ଲିଲି ଦାସ, ସୁପରଭାଇଜର ସୋଭାଗିନୀ, ଚାଇଲ୍ଡ ଲାଇନ୍ ର କାଉନସିଲର ଦିଗବିଜୟ ସାହୁ ଓ ଟିମ ମେମ୍ବର ଲକ୍ଷ୍ମୀ ବେହେରା ସେହି ଜାଗାରେ ଚଢ଼ାଉ କରି ଜଣେ ୧୬ ବର୍ଷିଆ ଗର୍ଭବତୀ ବିବାହିତା ନାବାଳିକା କୁ ଉଦ୍ଧାର କରିବାରେ ସଫଳ ହୋଇଛି ।

Exit mobile version