Site icon Awaj Media

ବନ୍ଧୁ ହୋଇ ଆସିଲେ : ଲୁଟି ନେଇ ଚାଲିଗଲେ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ରାଜ୍ୟରେ ଚୋର ମାନେ ଅଭିନବ ଉପାୟରେ ଚୋରି କରି ଅନାୟାସରେ ଖସି ଯାଇଥିବାର ବହୁ ଘଟଣା ଦେଖିବାକୁ ମିଳୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ସଦର ମହକୁମାର ଥାନା ଠାରୁ ୨ ଶହ ମିଟର ଦୂରରେ ଥିବା ଏକ ଘରୁ ବିବାହ ପାଇଁ ଗୁଆ ଦେବାକୁ କହି ଦିନ ଦ୍ବିପହର ଚାରିଜଣ ଯୁବକ ଘରେ ପଶି ଏକମାତ୍ର ବୃଦ୍ଧା ନିଶାମଣି ସେଠୀ ଙ୍କୁ ବାନ୍ଧି ଲାପଟପ, ମୋବାଇଲ ଓ ସୁନା ଅଳଙ୍କାର ଲୁଟି ନେଇ ଯାଇଛନ୍ତି । ଘର ସଦସ୍ୟ ମାନେ ଘରକୁ ଫେରିବା ବେଳ ପର୍ଯ୍ୟନ୍ତ ବୃଦ୍ଧା ଜଣକ ବନ୍ଧା ହୋଇ ରହିଥିଲେ । ଏନେଇ ପରିବାର ଲୋକେ ବେଗୁନିଆ ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ଲକ୍ଷ୍ମୀ ପ୍ରସାଦ ଶତପଥି ପହଁଚି ତଦନ୍ତ ଆରମ୍ଭ କରିଥିଲେ । ଯାହାକି ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।

Exit mobile version