Site icon Awaj Media

ଆକ୍ସନ ମୁଡ଼ରେ ଟାଙ୍ଗୀ ପୋଲିସ : ଗିରଫ ହେଲେ ମଦ ବ୍ୟବସାୟୀ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆକ୍ସନ ମୁଡ଼ରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ , ପୁଣି ଗିରଫ ହେଲେ ତିନି ଜଣ ଚୋରା ମଦ ବ୍ୟବସାୟୀ । ଆଜି ବିଶେଷ ସୂତ୍ର ରୁ ଖବର ପାଇ ଟାଙ୍ଗୀ ପୋଲିସର ଏକ ଟିମ ମଙ୍ଗଳାଯୋଡି , ମାନସିଂହପୁର ଗ୍ରାମ ସମେତ ଆଉ ଏକ ସ୍ଥାନରେ ଚଢ଼ାଉ କରି ତିନି ଜଣ ଚୋରା ମଦ ବେପାରୀ ଙ୍କୁ ଗିରଫ କରିଛି । ସେମାନେ ହେଲେ ଦୀପକ ସାହୁ, ଚନ୍ଦ୍ରକାନ୍ତା ବେହେରା, ବିପୁ ରଞ୍ଜନ ପରିଡା . ଏମାନଙ୍କ ନିକଟରୁ ୩୫ ଲିଟର ଚୋରା ମଦ ଜବତ କରିଛି ପୋଲିସ । ଅଭିଯୁକ୍ତ ଙ୍କୁ ଗିରଫ କରି ପିଆରା କେସ ନଂ ୩୬୦/୨୨ଏବଂ୩୬୧/୨୨ରେ ଦୁଇଗୋଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଏହି ବ୍ୟବସାୟୀ ମାନେ ବହୁ ଦିନ ଧରି ନିଜ ଗ୍ରାମ ରେ ମଦ କାରବାର କରି ଆସୁଥିବା ଜଣାପଡିଛି ।

Exit mobile version