ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ବାମ୍ୱିଲୋ ଗ୍ରାମରେ ଥିବା ଭାସ୍କର ନୋଡାଲ ୟୁପି ସ୍କୁଲରେ ସୋମବାର ଦିନ ମଧ୍ୟାହ୍ନ ଭୋଜନ ଖାଇ ଅନେକ ଶିଶୁ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଛି . ସ୍କୁଲର ଶିଶୁ ମାନେ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇ ପଡିବାରୁ ସମସ୍ତଙ୍କୁ ସରକାରୀ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ିରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା . ଶିଶୁ ମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଜାରି ରହିଥିବା ବେଳେ ବିଷାକ୍ତ ଖାଦ୍ୟ କାରଣରୁ ଏପରି ହୋଇଥିବାର ସୂଚନା ମିଳିଛି .
ବାମ୍ବିଲୋ ୟୁପି ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶିଶୁ ଗୁରୁତର : ମେଡିକାଲରେ ଭର୍ତ୍ତି !!!

