ବୋଲଗଡ଼ ( ଆୱାଜ ମିଡିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମରେ ଥିବା ପଶ୍ଚିମେଶ୍ୱର ଙ୍କ ମନ୍ଦିର ରୁ ଗତ ବିଳମ୍ବିତ ରାତିରେ ଚୋରୀ ହୋଇଥିବାର ଜଣାଯାଇଛି . କେହି ଦୁର୍ବୁତ୍ତ ମନ୍ଦିରର ମୁଖ୍ୟ ଫାଟକ ଓ ମନ୍ଦିର କବାଟ ତାଲା ଭାଙ୍ଗି ବହୁ ସଂଖ୍ୟକ ଗରା, ଢାଳ, ପିତଳ ନାଗ ମୁର୍ତ୍ତି, ଥାଳି, ବାରଟି ଘଣ୍ଟି , ଦାନବାକ୍ସକୁ ଭାଙ୍ଗି ଟଙ୍କା ନେଇ ଯାଇଛି । ତତ ସହିତ ଆହୂ ଅନେକ ମୂଲ୍ୟବାନ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବେଗୁନିଆ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ପଶ୍ଚିମେଶ୍ୱର ମନ୍ଦିର ରୁ ଚୋରୀ ଅଭିଯୋଗ !!!

