Site icon Awaj Media

ବଡ଼କୂଳ ଗ୍ରାମରେ ବାଲୁଗାଁ ପୁଲିସ ର ଚଢ଼ାଉ : ଦେଶୀମଦ ଜବତ , ଜଣେ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୁଲିସ ରବିବାର ଦିନ ଚଢ଼ାଉ କରି ଜଣେ ଦେଶୀ ମଦ ବେପାରୀ କୁ ଗିରଫ କରିଛି । ଖବର ମୁତାବକ ବଡ଼କୂଳ ଗ୍ରାମରେ ବାରମ୍ବାର ଦେଶୀ ମଦ କାରବାର ହେଉଥିବାର ଅଭିଯୋଗ ହୋଇ ଆସୁଥିଲା । ଗତକାଲି ବାଲୁଗାଁ ପୁଲିସ କୌଣସି ସୂତ୍ରରୁ ଖବର ପାଇ ବଡ଼କୂଳ ଗ୍ରାମରେ ଚଢ଼ାଉ କରିଥିଲେ . ଗ୍ରାମର କିଶୋର ସାହୁଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୪୦ ଲିଟର ଦେଶୀ ମଦ ଜବତ କରିଛି ପୁଲିସ . ପିଆର ନମ୍ବର ୧୫୯/୨୨ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବାର ଖବର ମିଳିଛି ।

Exit mobile version