ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଗକୁ ରାକ୍ଷୀ ଆସୁଥିବା ବେଳେ ମିଠା ଦୋକାନୀ ମିଠା ବିକ୍ରୀ ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି . ସରକାରଙ୍କ ଆଇନ ଅନୁଯାୟୀ ମିଠା ଦୋକାନ ଗୁଡିକରେ ରଖା ଯାଇଥିବା ମିଠା ଥାଳି , ଟ୍ରେ ଅବା କଣ୍ଟେନରରେ ଦୋକାନୀ ମାନେ ତିଆରି ଓ ଏସ୍କପାଏରି ତାରିଖ ସୂଚିତ କରିବା ପାଇଁ କଡା ନିର୍ଦ୍ଦେଶ ରହିଛି . ମାତ୍ର ଫୂଡ଼ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ନିୟମକୁ ସ୍ଥାନୀୟ ମିଠା ଦୋକାନୀ ମାନୁ ନଥିବା ଅଭିଯୋଗ ହେଉଛି . ଅନେକ ସମୟରେ ମିଠାର ଉଚିତ ମୂଲ୍ୟ ଦେଇ ଗ୍ରାହକ ମାନେ ନିମ୍ନମାନର ମିଠା କିଣୁଥିବା ଗ୍ରାହକ ମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି . ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ଫୁଡ଼ ସେଫଟି ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରିବା ପାଇଁ ଜନସାଧାରଣ ଅନୁରୋଧ କରିଛନ୍ତି ।
ନିମ୍ନମାନର ମିଠା ବିକ୍ରି ଅଭିଯୋଗ !!!

