ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶନିବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ୨ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି । ବାଲୁଗାଁ ରେଞ୍ଜ ଅବକାରୀ ଅଧିକାରୀ ରୋହିତ କୁମାର ଦଣ୍ଡସେନାଙ୍କ ନେତୃତ୍ବରେ ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ ଗ୍ରାମର ଧରମା ଜାଲି (୫୫) ଙ୍କ ଠାରୁ ୩୨ ଲିଟର ଦେଶୀ ମଦ ଓ ବଡକୂଳ ଗ୍ରାମର ଫୁଲ ବେହେରା (୫୫) ଙ୍କ ନିକଟରୁ ୨୭ ଲିଟର ଦେଶୀମଦ ଜବତ କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବାଲୁଗାଁ ଅବକାରୀ ଥାନାରେ ପିଆର ନମ୍ବର ୬୫/୨୨-୨୩ ଓ ୬୬)୨୨-୨୩ ରେ ଦୁଇ ଗୋଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ବାଲୁଗାଁ ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ : ୨ ଚୋରା ଦେଶୀ ମଦ ବେପାରୀ ଗିରଫ !!!

