Site icon Awaj Media

ବାଲୁଗାଁ ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ : ଜଣେ ଗିରଫ , ଚୋରା ଦେଶୀ ମଦ ସହିତ ବାଇକ ଜବତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ଜଣେ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି ।ବାଲୁଗାଁ ରେଞ୍ଜ ଅବକାରୀ ଅଧିକାରୀ ରୋହିତ କୁମାର ଦଣ୍ଡସେନାଙ୍କ ନେତୃତ୍ବରେ ବାଲୁଗାଁ ଥାନା ଅନ୍ତର୍ଗତ କୁମ୍ବିରପଡ଼ା ଗ୍ରାମର ବିରଞ୍ଚି ମାଝୀ (୬୧) ଙ୍କ ଠାରୁ ୪୫ ଲିଟର ଦେଶୀ ମଦ ସହ ଏକ ବାଇକ୍ ( ଗାଡ଼ି ନଂ ଓଆର୦୨ଏଏଲ-୪୮୦୯ ) ଜବତ କରାଯାଇଛି । ଘଟଣାକୁ ନେଇ ବାଲୁଗାଁ ଅବକାରୀ ଥାନାରେ ପିଆରା ନମ୍ବର ୬୭/୨୨-୨୩ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Exit mobile version