Site icon Awaj Media

ଯାଜପୁର ଜିଲ୍ଲା ବଡ଼ଚଣା ମେଡ଼ିକାଲରେ ସୁରକ୍ଷାକର୍ମୀଙ୍କ ଦବଙ୍ଗଗିରି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରୋଗୀଣା ଭଉଣୀକୁ ଭଲ କରିବାକୁ ଡାକ୍ତରଙ୍କ ପାଖକୁ ଆସି ବହୁ ସମୟ ଧରି ଧାଡ଼ିରେ ଅପେକ୍ଷା କରିବା ନେଇ ସୁରକ୍ଷାକର୍ମୀଙ୍କ ସହିତ ପାଟିତୁଣ୍ଡ ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ମାଡ଼ଗୋଳ । ବିଚାରୀ ରୋଗୀଣା ଭଉଣୀ ମୋ ଭାଇଙ୍କୁ ଛାଡି ଦିଅ ବୋଲି କହିଲେ ମଧ୍ୟ ସୁରକ୍ଷାକର୍ମୀ ନଛୋଡ଼ବନ୍ଧା । ଏପରି ଘଟଣା ସାମନାକୁ ଆସଛି ଯାଜପୁର ଜିଲ୍ଲା ବଡ଼ଚଣା ଡାକ୍ତରଖାନା ରୁ । ତେବେ ବିଭିନ୍ନ ସମୟରେ ଛୋଟ ମୋଟ ଘଟଣାକୁ ନେଇ ବଡ଼ଚଣା ମେଡ଼ିକାଲରେ ସୁରକ୍ଷାକର୍ମୀ ଦବଙ୍ଗଗିରି ଦେଖାଉଥିବାର ସାଧାରଣ ଲୋକେ ପ୍ରକାଶ କରିଛନ୍ତି ।

Exit mobile version