Site icon Awaj Media

ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦେଶୀମଦ ଜବତ , ଜଣେ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବଢୁଥିବା ବେଳେ କିଛି ଦିନ ହେବ ଅବକାରୀ ବିଭାଗ କ୍ରମାଗତ ଚଢ଼ାଉ ଜାରି ରଖିଛି । ବାଲୁଗାଁ ଅବକାରୀ ଅଧିକାରୀ ଭାବରେ ରୋହିତ ଦଣ୍ଡସେନା କାର୍ଯ୍ୟରେ ଯୋଗଦେବା ପରଠାରୁ ନିରନ୍ତର ଚଢ଼ାଉ ଜାରି ରଖିଛନ୍ତି । ଅବକାରୀ ଅଧିକ୍ଷକ ଝସକେତନ ବରିହା ଏବଂ ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ତତ୍ୱାବଧାନରେ ଆଜି ସକାଳେ ପୁଣି ବାଲୁଗାଁ ଅବକାରୀ ଅଧିକାରୀ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ୨୦୦ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି । ଜେଲ ରୋଡ଼ ନିକଟରୁ ୧୭୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଥିବା ଜଣାପଡିଛି । ସେହିପରି ଭାବେ ଅନ୍ତରକିଆରୀ କେନାଲ ରୋଡ଼ରୁ ଅଭିଯୁକ୍ତ ବସନ୍ତ ମହାରଣା (୩୮) ଗିରଫ ହେବା ସହ ତାଙ୍କ ନିକଟରୁ ୩୦ ଲିଟର ଦେଶୀ ମଦ ସହ ଗୋଟିଏ ବାଇକ ଜବତ ହୋଇଛି । ଅବକାରୀ ବିଭାଗ ପିଆର ନମ୍ବର ୬୯ ଓ ୭୦ ରେ ଦୁଇ ଗୋଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଉକ୍ତ ଚଢ଼ାଉ ରେ ଏଏସଆଇ ରଜନୀ ମିଞ୍ଜ ଓ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ ।

Exit mobile version