Site icon Awaj Media

ସାବଧାନ !!!! ବାଣପୁରରେ ମାତିଛନ୍ତି ଡିଜିଟାଲ ଲୁଟେରା : ମହିଳାଙ୍କ ଏଟିଏମ ବଦଳ କରି ଲୁଟିନେଲେ ଟଙ୍କା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଡିଜିଟାଲ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଟଙ୍କା ଲୁଟ କରିବା ପାଇଁ ଲୁଟେରା ମାନେ ନୂଆ ତରିକା ଆପଣାଉଛନ୍ତି । ସହରର ବିଭିନ୍ନ ଏଟିଏମ କାଉଣ୍ଟର ପାଖେ ସଜାଗ ରହୁଛନ୍ତି ଉକ୍ତ ଲୁଟେରା ଏବଂ ଅନଭିଜ୍ଞ ଗ୍ରାହକଙ୍କୁ ଦେଖି ଲୁଟୁଛନ୍ତି ଟଙ୍କା । ଏପରି ଘଟଣା ବାଣପୁରରେ ନିତିଦିନ ଘଟୁଥୁବା ବେଳେ ଖୁବ କମ ଏତଲା ଥାନାକୁ ଆସୁଛି । ତେବେ ଗତକାଲି ବାଣପୁର ଥାନାରେ ଏପରି ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ବାଣପୁର ଥାନା ବାଁଳେଇ ଗ୍ରାମର ପୁଷ୍ପାଞ୍ଜଳି ଭୋଳ ଗତକାଲି ମଧ୍ୟାହ୍ନରେ ପେଟ୍ରୋଲ ପମ୍ପ ସମୁଖରେ ଥିବା ଏସବିଆଇ ଏଟିଏମ କୁ ଟଙ୍କା ଉଠାଣ ପାଇଁ ନିଜ ଛୋଟ ଶିଶୁକୁ ଧରି ଯାଇଥିଲେ । ତେବେ ପୁର୍ବରୁ ସେଠାରେ ଲୁଟେରା ମାନେ ସକ୍ରିୟ ଥିଲେ । କେହି ଜଣେ ଦୁର୍ବୁତ୍ତ ପୁଷ୍ପାଞ୍ଜଳିଙ୍କୁ ଭଉଣୀ ସମ୍ବୋଧନ କରି ଏଟିଏମରୁ ପଇସା ଉଠାଇଦେବେ ବୋଲି କହିଥିଲେ । ତେବେ ପୁଷ୍ପାଞ୍ଜଳିଙ୍କ ଠାରୁ ଏଟିଏମ କାର୍ଡ ନେଇ ଦୁର୍ବୁତ୍ତ ଜଣକ ମେସିନ ମଧ୍ୟରେ ଭର୍ତ୍ତି କରିଥିଲେ ଏବଂ ପୁଷ୍ପାଞ୍ଜଳି ପିନ ନମ୍ବର ଟାଇପ କରିଥିଲେ । ସେହି ସମୟରେ ଦୁର୍ବୁତ୍ତ ଜଣକ ପିନ ଜାଣି ଦେଇଥିଲେ ଏବଂ ପୁଷ୍ପାଞ୍ଜଳି ସାମାନ୍ୟ ଅନ୍ୟମନସ୍କ ହେବା ସମୟରେ ଦୁର୍ବୁତ୍ତ ଜଣକ ସଙ୍ଗେସଙ୍ଗେ ତାଙ୍କ ଏଟିଏମ କାର୍ଡକୁ ବଦଳି କରି ମଞ୍ଜୁ ପ୍ରଧାନ ନାମକ ଜଣେ ମହିଳାଙ୍କ ଏଟିଏମ କାର୍ଡ ଧରାଇ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ପୁଷ୍ପାଞ୍ଜଳିଙ୍କ ଏଟିଏମ କାର୍ଡରେ ଥିବା ସମସ୍ତ ୯ ହଜାର ୮୦୦ ଟଙ୍କା କାଢି ନେଇଥିଲେ । ଏହା ଜାଣିଲା ପରେ ପୁଷ୍ପାଞ୍ଜଳି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ବାଣପୁରରେ ଏପରି ଘଟଣା ବଢ଼ିବାରେ ଲାଗିଛି । ବାଲୁଗାଁ ଏସଡିପିଓ ଏ ଦିଗରେ ଜନସାଧାରଣଙ୍କ ନିମନ୍ତେ ସଚେତନତା ସୃଷ୍ଟି କରିବା ସହ ପ୍ରତ୍ୟେକ ଏଟିଏମ ସେଣ୍ଟର ଗୁଡ଼ିକ ପାଖରେ ବୁଲୁଥିବା ଅଭ୍ୟାସଗତ ଅପରାଧି ତଥା ଡିଜିଟାଲ ଲୁଟେରାଙ୍କୁ ଠାବ କରି ଗିରଫ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Exit mobile version