Site icon Awaj Media

ଟାଙ୍ଗୀ ଥାନା ସୁନ୍ଦରପୁର ଅଞ୍ଚଳରେ ଅବକାରୀ ଚଢ଼ାଉ : ବ୍ରାଉନ ସୁଗାର ଜବତ ଜଣେ ଗିରଫ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ୮୦ ପ୍ରତିଶତ ଅଞ୍ଚଳ ବ୍ରାଉନ ସୁଗାର କବଳରେ ଥିବା ବେଳେ ଟାଙ୍ଗୀ, ବାଣପୁର ଓ ବାଲୁଗାଁ ଅଞ୍ଚଳ ଏଥିରୁ ବାଦ ପଡିଥିଲା । ତେବେ ବର୍ତ୍ତମାନ ଉକ୍ତ ଅଞ୍ଚଳ ଗୁଡ଼ିକରେ ମଧ୍ୟ ଧଳା ଜହର କାରବାର ହେବାର ଠାବ ହୋଇଛି । ଗତକାଲି ରାତିରେ ଟାଙ୍ଗୀ ଥାନା ସୁନ୍ଦରପୁର ଅଞ୍ଚଳରେ ଚଢ଼ାଉ କରି ବ୍ରାଉନ ସୁଗାର ଜବତ ସହ ଜଣେ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସର୍ବେଶ୍ୱର ପ୍ରଧାନ (୩୯) । ତାଙ୍କ ନିକଟରୁ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ । ଉକ୍ତ ଚଢ଼ାଉର ନେତୃତ୍ୱ ନେଇଥିଲେ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ କୁମାର ପ୍ରଧାନ । ଶ୍ରୀ ପ୍ରଧାନଙ୍କ କହିବା କଥା ସର୍ବେଶ୍ୱରଙ୍କ ଉପରେ ଦୀର୍ଘ ୧୫ ଦିନ ଧରି ଅବକାରୀ ବିଭାଗ ନଜର ରଖିଥିବା ବେଳେ ପରିଶେଷରେ ଗତକାଲି ଗିରଫ କରିଛି । ଏ ସଂକ୍ରାନ୍ତରେ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ବିଭାଗ ପିଆର ନମ୍ବର ୪୦/୨୨-୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଉକ୍ତ ଚଢ଼ାଉରେ ଟାଙ୍ଗୀ ଅବକାରୀ ଅଧିକାରିଣୀ ସୁନିତା ଦଳେଇ ଏବଂ ଅନ୍ୟ ଅବକାରୀ କର୍ମଚାରୀ ମାନେ ସାମିଲ ଥିଲେ ।

Exit mobile version