Site icon Awaj Media

ବାଣପୁର ସତସଙ୍ଗ ବିହାର ନିକଟରେ ଗଛରେ ଝୁଲୁଛି ଯୁବକଙ୍କର ମୃତଦେହ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସତସଙ୍ଗ ବିହାର ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଆଜି ସକାଳୁ ଜଣେ ଯୁବକଙ୍କର ମୃତଦେହ ଗୋଟିଏ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି । ଯୁବକଙ୍କ ବୟସ ଆନୁମାନିକ ୪୦ ଭିତରେ ହେବ । ତାଙ୍କ ଶରୀରରେ ବସ୍ତ୍ର ନଥିବା ବେଳେ ଏକ ସବୁଜ ରଙ୍ଗର ଅନ୍ତଃ ବସ୍ତ୍ର ପିନ୍ଧିଛନ୍ତି । ଗୋଟେ ଗାମୁଛାକୁ ବେକରେ ଲଗାଇ ଯୁବକ ଜଣକ ଗଛରେ ଝୁଲିଛନ୍ତି । ବର୍ତ୍ତମାନ ଉକ୍ତ ସ୍ଥାନରେ ଜନସାଧାରଣ ରୁଣ୍ଡ ହୋଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଯୁବକ ଜଣଙ୍କ କିଏ ଆଉ ସେ କାହିଁକି ଆତ୍ମହତ୍ୟା କଲେ ପୋଲିସର ଅନୁସନ୍ଧାନ ପରେ ସ୍ପଷ୍ଟ ହେବ।

Exit mobile version