ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ବାପା ଯିଏ କି ପିଲାଙ୍କ ଭବିଷ୍ୟତ ଗଢିବାରେ ନିଜ ଜୀବନ କୁ ତିଳ ତିଳ କରି ଜାଳି ଦେଇଥାଏ , ଆଜି ସେଇ ବାପା ର ରାକ୍ଷସ ପ୍ରବୃତ୍ତିରେ ବଳି ପଡିଯାଇଛି ସାତ ବର୍ଷ ର ଝିଅ ର ଜୀବନ ! ଯାହାକୁ ଶୁଣିଲେ କେହିବି କେବେ ହେଲେ ବିଶ୍ୱାସ କରି ପାରିବେ ନାହିଁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ଓଥକା ଅଞ୍ଚଳରେ । ଏହି ଅଞ୍ଚଳ ରେ ଦୀର୍ଘ ଦଶ ବର୍ଷ ହୋଇଯିବ ଘର ଭଡ଼ା ନେଇ ପ୍ରମୋଦ ସେନା ନିଜ ପରିବାର ସହ ରହି ଆସୁଥିଲେ । ଗତକାଲି ସେନା ଙ୍କ ଧର୍ମ ପତ୍ନୀ ନିଶ୍ଚିନ୍ତକୋଇଲି ଥାନା ରେ ତାଙ୍କ ସାତ ବର୍ଷ ଝିଅ କୁ ତାଙ୍କ ସ୍ବାମୀ ଅସଦାଚରଣ କରିଥିବା ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ନିଶ୍ଚିନ୍ତକୋଇଲି ପୋଲିସ ଥାନାରେ ମାମଲା ରୁଜୁ କରି ତଦନ୍ତ କରିବା ସହିତ ୩୭୬ A, B ଧାରା ରେ ପ୍ରମୋଦ ସେନା ଙ୍କୁ ଗିରଫ କରି ଡାକ୍ତରି ମାଇନା କରି କୋର୍ଟ ଚାଲାଣ କରିଛି ।
ତେବେ ଘଟଣା ସମ୍ପର୍କରେ ପ୍ରମୋଦ ଙ୍କ ପତ୍ନୀ ଙ୍କର କୋୖଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ପ୍ରମୋଦ ନିଜର ପ୍ରତିକ୍ରିୟା ରେ ତାଙ୍କୁ ତାଙ୍କ ପତ୍ନୀ ସମ୍ପୁର୍ଣ୍ଣ ଷଡ଼ଯନ୍ତ୍ର କରି ଫସାଇ ଦେଇଥିବା କଥା କହିଛନ୍ତି । ତେବେ ଏହି ଘଟଣା ଟିକୁ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସମ୍ପୁର୍ଣ୍ଣ ଘଟଣା ଟିର ସତ୍ୟାସତ୍ୟ ଲୋକଲୋଚନ କୁ ଆସି ପାରନ୍ତା ବୋଲି ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।

