ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଝିଅ ମାନଙ୍କ ଫଟୋକୁ ଅଶ୍ଲୀଳ ଭାବେ ଏଡିଟିଂ କରି ସୋସିଆଲ ମିଡ଼ିଆରେ ପଠାଉଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ଼ଶିରେଇପୁର ଗ୍ରାମର ମନୋଜ ବାରିକ ! ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ଼ଶିରେଇପୁର ଗ୍ରାମର ମନୋଜ ବାରିକ ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତର ଜଣେ ନାବାଳିକାଙ୍କ ଫଟୋକୁ ଅଶ୍ଲୀଳ ଭାବେ ଏଡିଟିଂ କରି ବିଭିନ୍ନ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରିଥିଲା । ଏ ସମ୍ପର୍କରେ ସମ୍ପୃକ୍ତ ନାବାଳିକାଙ୍କ ଅଭିଯୋଗ କୁ ଭିତ୍ତି କରି ଖଲ୍ଲିକୋଟ ଥାନାରେ ପୋକ୍ସ ଆକ୍ଟରେ ମାମଲା ରୁଜୁ କରାଯାଇଥିଲା । ଅଭିଯୁକ୍ତ ମନୋଜ ବାରିକଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଥିଲା ପୋଲିସ । କିଛି ଦିନ ପରେ ଜେଲରୁ ଜାମିନରେ ଆସି ପୁନର୍ବାର ଉକ୍ତ ନାବାଳିକାର ଫଟୋ କୁ ପୁଣି ଅଶ୍ଲୀଳ ଭାବେ ଏଡିଟିଂ କରି ସୋସିଆଲ ମିଡ଼ିଆରେ ପଠାଇଥିଲା । ନାବାଳିକାର ଅଭିଯୋଗ କ୍ରମେ ଥାନାରେ କେସ ନମ୍ବର ୬୩୩ / ୨୦୨୧ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ସେବେ ଠାରୁ ମନୋଜ ଫେରାର ଥିଲା । ବର୍ତ୍ତମାନ ପୁଣି ଥରେ ମନୋଜ ଉକ୍ତ ନାବାଳିକାଙ୍କ ମାଆଙ୍କ ଫଟୋକୁ ଅଶ୍ଲୀଳ ଭାବେ ଏଡିଟିଂ କରି ଭାଇରାଲ କରିବା ପରେ ଥାନାରେ ନଂ ୪୮୭ / ୨୦୨୨ରେ ମାମଲା ରୁଜୁ କରି ପୋଲିସ ଅନୁସନ୍ଧାନ ଜାରି ରଖିଥିଲା । ପୁଣି ନାବାଳିକାଙ୍କ ମାମୁଁଙ୍କ ଫଟୋକୁ ଏଡିଟିଂ କରି ଅନ୍ୟ ଝିଅ ମାନଙ୍କ ସହ ଯୋଡ଼ି ଭାଇରାଲ କରିବା ଅଭିଯୋଗରେ ଥାନାରେ ନମ୍ବର ୪୮୮ / ୨୦୨୨ରେ ମାମଲା ରୁଜୁ କରିଥିଲା ପୋଲିସ । ଖଲ୍ଲିକୋଟ ଥାନା ଅତିରିକ୍ତ ଆଇଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ କୌଣସି ସୂତ୍ର ରୁ ଖବର ପାଇ ମଙ୍ଗଳବାର ଅପରାହ୍ନରେ ମନୋଜକୁ ବାଣପୁର ଥାନା ବଡ଼ଶିରେଇପୁର ଗ୍ରାମରୁ ଗିରଫ କୋର୍ଟ ଚାଲାଣ କରିଛନ୍ତି । ତେବେ କେସ ନମ୍ବର ୪୮୭ / ୨୦୨୨ ରେ ମନୋଜ କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ମାମଲା ଗୁଡିକ ରେ ଜେରା କରିବା ପାଇଁ ପୋକ୍ସ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରାଯାଇଛି ବୋଲି ଏସଆଇ ଅମ୍ବିକା ବେଣିଆ ସୂଚନା ଦେଇଛନ୍ତି ।
ଝିଅ ମାନଙ୍କ ଫଟୋକୁ ଅଶ୍ଳୀଳ ଭାବେ ଏଡିଟିଂ କରିବା ପଡିଲା ମହଙ୍ଗା : ବାଣପୁରରୁ ଗିରଫ ହେଲା ଅଭିଯୁକ୍ତ !!!

