Site icon Awaj Media

ଛାତ୍ରୀ ଆତ୍ମହତ୍ୟା ର ୯ ଦିନ ପୁଲିସ ର କାମ ଆରମ୍ଭ : ତଦନ୍ତର ସ୍ୱଛତା ଉପରେ ଉଠିଲା ପ୍ରଶ୍ନ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଦିନକୁ ଦିନ ରାଜ୍ୟରେ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି , ସେଥି ମଧ୍ୟରୁ ଅଧିକ ପ୍ରତିଶତ କଲେଜ ଛାତ୍ରୀ ମାନେ ଆତ୍ମହତ୍ୟା କରିଥିବାର ଘଟଣା ସାମ୍ନା କୁ ଆସୁଛି । ଏହିପରି ଏକ ଦୁଃଖଦ ଘଟଣା ଘଟିଯାଇଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ପଞ୍ଚାୟତର କାଳିଦାସ ଗାଁ ରେ | ଗତ ୩0 ତାରିଖ ସନ୍ଧ୍ୟାରେ ଏହି ଗ୍ରାମରେ ଘର ଭଡା ନେଇ ରହୁଥିବା ମନୋଜ କୁମାର ଦାସଙ୍କ କଲେଜ ପଢୁଆ ମେଧାବୀ ଝିଅ ମନୀଷା ଦାସ ନିଜର ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ୯ ଦିନ ହେଲା ଝିଅ କୁ ହରାଇ ମା’ ଟି – ନିଜ ଝିଅ ର ଫଟୋ କୁ ଧରି ଗୁମୁରି ଗୁମୁରି କାନ୍ଦୁଥିବା ବେଳେ ବାପା କପାଳରେ ହାତ ମାରି କାନ୍ଦୁଛି । ଘଟଣା ପରେ ସ୍ଥାନୀୟ ଲୋକେ ପ୍ରଥମେ ମନିସାଙ୍କୁ ଏକ ଘରୋଇ ଡାକ୍ତରଖାନା ଓ ପରେ ପରେ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ | ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ସ୍ଥାନୀୟ ନିଶ୍ଚିନ୍ତକୋଇଲି ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିଲା | ଅପର ପକ୍ଷେ ନିଶ୍ଚିନ୍ତକୋଇଲି ପୋଲିସ ପ୍ରଥମେ ଅପମୃତ୍ୟୁ ମାମଲା କରିଥିବା ବେଳେ ପରେ ପରିବାର ଲୋକେ ଏହି ଆତ୍ମହତ୍ୟା ପାଇଁ ସ୍ଥାନୀୟ ସେଖ ହସନ୍ ନାମକ ଜଣେ ଯୁବକ ର ହାତ ଥିବା କଥା ଲିଖିତ ଆକାର ରେ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ | ହେଲେ ଏ ସେଖ ହୁସେନ କିଏ ? ମନିଷା ଙ୍କ ସହ କି ପ୍ରକାର ଥିଲା ତାର ସଂପର୍କ ? ମନିଷା ଙ୍କ ଆତ୍ମହତ୍ୟା ପାଇଁ କ’ଣ ହୁସେନ ଦାୟୀ ନାଁ ଘଟଣା ପଛରେ ଏକାଧିକ ବ୍ୟକ୍ତି ଙ୍କ ହାତ ଅଛି ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଉଠିଛି ମୃତକ ପରିବାର ଲୋକଙ୍କ ମନରେ । ପୋଲିସ ଆତ୍ମହତ୍ୟା ରହସ୍ୟ ର ପର୍ଦ୍ଧାଫାଶ କରିବ ତ । କାରଣ ଆତ୍ମହତ୍ୟା ଘଟଣାର ୯ ଦିନ ପରେ ପୋଲିସ ଆସୁଛି ଘଟଣା ସ୍ଥଳକୁ ତଦନ୍ତ କରିବାକୁ । ଏଠି ସମସ୍ତ ଙ୍କ ମନରେ ପ୍ରଶ୍ନ ଉଠିବା ସ୍ବାଭାବିକ । ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣା ସ୍ଥଳରେ ସରଜମୀନ ତଦନ୍ତ କରି ଫେରି ଯାଇଥିବା ବେଳେ ଆତ୍ମହତ୍ୟା କରିଥିବା କଲେଜ ଛାତ୍ରୀ କୁ କେବେ ନ୍ୟାୟ ମିଳିବ, ତାକୁ ହିଁ ଅପେକ୍ଷା ମୃତ ପରିବାର ର । ନିଶ୍ଚିନ୍ତକୋଇଲି ଥାନା ପୋଲିସ ୧୫୦/୨୦୨୨ ରେ କେଶ୍ କରି ୩୦୬, ୩୪ ଆଇପିସି ଧାରା ରେ ମାମଲା କରି ତଦନ୍ତ ଜାରି ରଖିଛି । ବାକି ରହିଲା ଦେଖିବାକୁ ପୋଲିସ ର ତଦନ୍ତ ପରେ ଆତ୍ମହତ୍ୟାର ମୁଖ୍ୟ କାର୍ପଟଦାର ପୋଲିସ ପଞ୍ଜା କୁ ଆସୁଛି ନା ମେଧାବୀ ଛାତ୍ରୀ ମନୀଷା ଆତ୍ମହତ୍ୟା ଘଟଣା ଫାଇଲ ତଳେ ଚାପି ହୋଇ ଯାଉଛି |

Exit mobile version