Site icon Awaj Media

ଧଳା ଜହର କାରବାର ସନ୍ଦେହରେ ଯୁବକ ଅଟକ : ପୁଲିସ ରେ ଜିମା ଦେଲେ ଲୋକେ !!!

Spread the love

କଳାପଥର ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : ଧଳା ଜହର କାରବାର ସନ୍ଦେହରେ ଯୁବକ ଅଟକ , ପୁଲିସ ରେ ଜିମା ଦେଲେ ଲୋକେ ! ବାଙ୍କୀ ନିର୍ବାଚନ ମଣ୍ଡଳୀର କଳାପଥର ଅଞ୍ଚଳଟି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ବେଶ ପରିଚିତ ହୋଇଥିବା ବେଳେ କଳାପଥର ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି କଳାବଜାରୀଙ୍କ ପ୍ରାଦୁର୍ଭାବ । ସୁଚନା ଯୋଗ୍ୟ କଳାପଥର ମୁଖ୍ୟ ବଜାର ଦୁର୍ଗାମଣ୍ଡପ ପାଖରେ ଥିବା କାନାରା ବ୍ଯାଙ୍କ ପାଖରେ ପ୍ରାୟତଃ ୧୫ ରୁ ୨୦ ଦିନ ହେବ କଳାପଥର ଗ୍ରାମ ପଞ୍ଚାୟତର ମଧୁଆପଲ୍ଲୀ କଦମ୍ବପାଟଣା ଗ୍ରାମର ଶରତ ଚନ୍ଦ୍ର ସାହୁ (ବିଦିଆ) ଧଳା ଜହର ବ୍ଯବସାୟ କରି ଆସୁଥିଲେ । କଳାପଥର ଗ୍ରାମର କିଛି ଯୁବକଙ୍କ ସନ୍ଦେହ ହେବାରୁ ଆଜି ସଂପୃକ୍ତ ଯୁବକଙ୍କୁ ଧରି ବୈଦେଶ୍ୱର ଥାନା କର୍ମଚାରୀଙ୍କ ଜିମା ଦେଇଛନ୍ତି । ଏଥି ସହିତ ଏକ ଦୁଇ ଚକିଆ ଗାଡି ମଧ୍ୟ ଜବତ ହୋଇଛି , ତେବେ ଗାଡିଟି ସଂପୃକ୍ତ ଯୁବକଙ୍କ ନାମରେ ନଥିବା ଜଣାପଡିଛି ।

 

Exit mobile version