Site icon Awaj Media

ଜଟଣୀ ଥାନା ଅଞ୍ଚଳର ଅପହୃତ ନାବାଳିକାକୁ ବାଣପୁରରୁ ଉଦ୍ଧାର କଲା କମିଶନେରେଟ ପୋଲିସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କିଛି ଦିନ ତଳେ ଜଟଣୀ ଥାନା ଅଞ୍ଚଳର ଜଣେ ନାବାଳିକା ଅପହୃତ ହୋଇଥିବାର ଜଟଣୀ ଥାନାରେ ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଅଟକ ରଖିଛି କମିଶନେରେଟ ପୋଲିସ । ନାବାଳିକା ଅପହରଣ ସମ୍ପର୍କରେ ଅଭିଯୋଗ ପାଇବା ପରେ ଜଟଣୀ ଥାନାରେ କେସ ନମ୍ବର ୩୨୮ / ୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ପୋଲିସ । ତେବେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଅଟକ ରଖିଥିବାର ଜଟଣୀ ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂହ ସୂଚନା ଦେଇଛନ୍ତି ।

Exit mobile version