Site icon Awaj Media

ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପାରିବାରିକ କଳହର କରୁଣ ପରିଣତି ! ଘର ସଂସାର , କୁନି ଛୁଆ ର ମୋହ ଛାଡି ଜୀବନ ହାରିଲେ ବିବାହିତା ମହିଳା ! ଏପରି ଅଭାବନୀୟ ଘଟଣା ସାମନାକୁ ଆସିଛି ନୟାଗଡ ଜିଲ୍ଲା ଓଡଗାଁ ଅଞ୍ଚଳରୁ ! ପୁଲିସ ର ସୂଚନା ମୁତାବକ , ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆ କିଶୋରପ୍ରସାଦ ଗ୍ରାମର ପ୍ରକାଶ ପଣ୍ଡାଙ୍କ ଝିଅ ସୋନାଲି ପଣ୍ଡା ଗତ ଚାରି ବର୍ଷ ତଳେ ଓଡଗାଁ ର ପ୍ରକାଶ ମିଶ୍ରଙ୍କ ପୁଅ ଦେବାଶିଷ ମିଶ୍ରଙ୍କୁ ବିବାହ କରିଥିଲେ ! ଦୁଇ ବର୍ଷ ରେ ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା ! କିନ୍ତୁ ବିବାହ ପରବର୍ତ୍ତୀ ସମୟରେ ବିଭିନ୍ନ ଘଟଣାକୁ ଆଧାର କରି ପାରିବାରିକ କଳହ ଦେଖା ଦେଇଥିଲା ! ତେବେ ସ୍ଥାନୀୟ କିଛି ଭଦ୍ରବ୍ୟକ୍ତି ଏବଂ ନୟାଗଡ଼ର କିଛି ଗଣମାଧ୍ୟମ ପ୍ରତିନିଧି ଘଟଣାରେ ହସ୍ତକ୍ଷେପ କରି ସମାଧାନ ମଧ୍ୟ କରିଥିଲେ ! ହେଲେ ଶେଷରେ ସବୁ ବିଗିଡି ଗଲା , ଗତକାଲି ଅପରାହ୍ନ ସମୟରେ ଦୀର୍ଘ ସମୟ ଯାଏଁ ଶୋଇବା ଘର କବାଟ ନଖୋଲିବାରୁ ଏବଂ ଘର ବାହାରେ ଥାଇ ପୁଅଟି କାନ୍ଦିବାରୁ ପରିବାର ଲୋକେ ସନ୍ଦିହାନ ହୋଇ ସ୍ଥାନୀୟ ଥାନାରେ ଖବର ଦେଇଥିଲେ ! ଓଡ଼ଗାଁ ପୁଲିସ ପହଞ୍ଚି ଶୋଇବା ଘରର କବାଟ ଭାଙ୍ଗି ଦେଖିବା ବେଳକୁ ଘରେ ସୋନାଲୀଙ୍କ ମୃତଦେହ ଝୁଲୁଥିଲା ! ଘଟଣା ସମ୍ପର୍କରେ ସୋନାଲୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା ପୁଲିସ ! ଆଜି ସକାଳୁ ସାଇଣ୍ଟିଫିକ ଟିମ ଏବଂ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ସମୟରେ ମୃତା ଙ୍କ ପରିବାର ଲୋକଙ୍କ ଆଧାରରେ ତଦନ୍ତ ଆରମ୍ଭ କରିଛି ପୁଲିସ !

Exit mobile version