Site icon Awaj Media

ନାବାଳିକାକୁ ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଲେ କୋର୍ଟ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଏକ ଦୁଷ୍କର୍ମ ମାମଲା ରେ ଦୋଷୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି l ସୂଚନା ଅନୁଯାୟୀ ଗତ ୨୦୨୦ ମସିହା ଖରା ଛୁଟି ସମୟରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଲାପଡା ଗ୍ରାମର ଅଭିଯୁକ୍ତ ରୋହିତ କହଁର (୨୧ ବର୍ଷ) କ.ନୂଆଗାଁ ଥାନା ଅଂଚଳର ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ପୀଡିତା ଏକାକୀ ଘରେ ଥିବା ବେଳେ ସେହି ଅଂଚଳକୁ କୁଣିଆ ହୋଇ ଯାଇଥିଲା ରୋହିତ କହଁର । ନାବାଳିକା ପୀଡିତା ଘରକୁ ଯିବା ଆସିବା କରି ନାବାଳିକା ସହ ପ୍ରେମ ସମ୍ପର୍କ ସ୍ଥାପନ କରି ରୋହିତ ଦୁଷ୍କର୍ମ କରିଥିଲା l ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲା । ଏ ନେଇ ପୀଡିତା ପରିବାର ଲୋକଙ୍କୁ ଜଣାଇଥିଲା l ଘଟଣା ଶୁଣିବାପରେ ପୀଡିତାର ମା ‘ କ.ନୂଆଗାଁ ଥାନାରେ ଏତଲା ଦେଇଥିଲେ l ପୋଲିସ କେଶ ନଂ.୬୦/୨୦୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରୋହିତକୁ ଗିରଫ କରି କୋର୍ଟଚାଲାଣ କରିଥିଲା l ଏହାର ଶୁଣାଣୀ କରି ଅଭିଯୁକ୍ତ ରୋହିତ କହଁର (୨୧ ବର୍ଷ)କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l

Exit mobile version