Site icon Awaj Media

ଧଳା ଜହର ବ୍ୟବସାୟ ର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି କୋଇଲା ନଗରୀ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଧଳା ଜହର ବ୍ୟବସାୟ ର ପ୍ରମୁଖ ପେଣ୍ଠସ୍ଥଳୀ ପାଲଟିଛି କୋଇଲା ନଗରୀ ତାଳଚେର । ଆଜି ତାଳଚେର ଅବକାରୀ ବିଭାଗ ହାତରେ ଧରା ପଡ଼ିଛି ଜଣେ ଯୁବତୀ । ବ୍ରାଉନ ସୁଗାର ସହ ଯୁବତୀ ଗିରଫ । ୧୪୨ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଯୁବତୀ କୁ ଗିରଫ କରିଛି ତାଳଚେର ଅବକାରୀ ବିଭାଗ, ସୂଚନା ଅନୁଯାୟୀ ଗିରାଙ୍ଗ ଅଂଚଳରେ ରହୁଥିବା ଝିଲି ସାହୁ ନାମକ ଜଣେ ମହିଳା ଦୀର୍ଘ ଦିନ ହେଲା ବ୍ରାଉନସୁଗାର ବେପାର କରୁଥିବା ଖବର ଅବକାରୀ ବିଭାଗ ପାଖରେ ପହଞ୍ଚିଥିଲା। । ଆଜି ସେ ବ୍ରାଉନସୁଗାର ନେଇ ଯାଉଥିବା ଖବର ପାଇ ଅବକାରୀ ବିଭାଗ ତାଳଚେର ମୁଣ୍ଡାସାହି ଠାରେ ତାକୁ ଧରି ଯାଞ୍ଚ କରିଥିଲା । ଏହି ଯାଞ୍ଚ ବେଳେ ତା ନିକଟରୁ ୧୪୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ୨୦ ହଜାର ଟଙ୍କା ହେବ । ଝିଲି ସହ ତାର ସହଯୋଗୀ ପ୍ରଦ୍ୟୁମ୍ନ ସାହୁକୁ ମଧ୍ୟ ଅବକାରୀ ବିଭାଗ ଗିରଫ କରିଛି । ଝିଲି ଦୀର୍ଘ ଦିନ ହେଲା ଏହି ବ୍ୟବସାୟ ନାଲକୋ ଏବଂ ତାଳଚେର ଅଞ୍ଚଳରେ କରି ଆସୁଥିଲା । ତେବେ ସେ କେଉଁଠାରୁ ଏତେ ପରିମାଣରେ ବ୍ରାଉନସୁଗାର ଆଣୁଥିଲା ତାହା ତଦନ୍ତ କରୁଛି ତାଳଚେର ଅବକାରୀ ବିଭାଗ ।

Exit mobile version