ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ନିକଟରେ ସାନ ମୁଣ୍ତଳୀର ନନ୍ଦ ବେହେରା ଏବଂ ଅଜଗର ସାପର ଖବର ଚର୍ଚ୍ଚାରେ ଥିବାବେଳେ ଗତକାଲି ଡମପଡା ବ୍କକ ଅନ୍ତର୍ଗତ କୁସୁପଙ୍ଗୀ କାଜୁ ଜଙ୍ଗଲରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି । ସ୍ଥାନୀୟ ଗ୍ରାମର ଜଣେ ଲୋକ କାଉଚି ଆଶ୍ରମ ପଛ କାଜୁ ଜଙ୍ଗଲକୁ କାଠ ହାଣିବାକୁ ଯାଇଥିବା ବେଳେ ଏକ ଗଛରେ ଗାମୁଛାରେ କିଛି ବନ୍ଧାଯାଇ ଓହଳା ଯାଇଥିବାର ଦେଖିଥିଲେ । ତଳେ କିଛି ମଣିଷ ଖପୁରୀ ଓ ହାଡକୁ ଦେଖି ଲୋକମାନଙ୍କୁ ଜଣାଇଥିଲେ । ଖବର ପ୍ରଘଟ ପରେ ତାଳବସ୍ତ ଫାଣ୍ତି ଅଧିକାରୀ ଅମର ଦାସ ଏବଂ ବାଙ୍କୀ ଥାନା ଅଧିକାରୀ ସୌମେନ୍ଦ୍ର କୁମାର ତ୍ରିପାଠୀ ଘଟଣାସ୍ଥଳକୁ ଯାଇ ନରକଙ୍କାଳ ଜବତ କରି ପରୀକ୍ଷା ପାଇଁ କଟକର ଫୋରେନସିକ୍ ଲାବୋରେଟାରି କୁ ପଠାଇଛନ୍ତି । ରିପୋଟ୍ ଆସିଲେ ତଦନ୍ତ କାମ ଆରମ୍ଭ କରାଯିବ । ଥାନା ଅଧିକାରୀଙ୍କ କହିବାନୁସାରେ ଯେହେତୁ ଘଟଣାସ୍ଥଳରେ ଏକ ଜିନପ୍ୟାଣ୍ଟରେ ଗୋଡହାତ ରହିଛି, ତେବେ ତାହା ଜଣେ ଯୁବକର ହୋଇଥିବା ଅନୁମାନ । ଘଟଣାଟି ଚାରି ପାଞ୍ଚ ମାସର ହୋଇଥିବାର ଅନୁମାନ କରାଯାଉଛି । ଏଠାରେ ସୁଚନାଯୋଗ୍ୟ ଯେ , ଜାତମୁଣ୍ତିଆରୁ ବାଆଁରା ରାସ୍ତାର ଗୋଟେ ପାର୍ଶ ମହାନଦୀର ଧାର ହୋଇଥିବା ବେଳେ ଅନ୍ୟଧାରଟି ଡମପଡା ଚନ୍ଦକା ଜଙ୍ଗଲକୁ ଲାଗି ରହିଛି । ତେଣୁ ଅପରାଧିକ କାର୍ଯ୍ୟକଳାପ କରିବାରେ ଦୁର୍ଦାନ୍ତମାନଙ୍କୁ ସହଯୋଗ ହେଉଛି । ବାଲିମାଫିଆ ସାଙ୍ଗକୁ ଜଙ୍ଗଲ ମାଫିଆ ମାନେ ବହୁସମୟ ଏହି ରାସ୍ତାରେ ଚୋରି ଠାରୁ ହଣାକଟା କରିଥିବାର ନଜିର ପୂର୍ବରୁ ରହିଛି । ଆଇନ୍ଶୃଙ୍ଖଳା ବ୍ୟବସ୍ଥା ପାଇଁ ତାଳବସ୍ତ , ସୁବର୍ଣ୍ଣପୁର ଏବଂ କଇଁମୁଣ୍ତି ଫାଣ୍ତି ତରଫରୁ ରାତ୍ରିକାଳିନ ପେଟ୍ରୋଲିଂଗ କାମ ହେବା ଦରକାର । ତେବେ ଉଦ୍ଧାର ହୋଇଥିବା ନରକଙ୍କାଳ ର ତଦନ୍ତ କେତେ ଶୀଘ୍ର ଆରମ୍ଭ ହେଉଛି , ତାହାକୁ ଅପେକ୍ଷା କରାଯାଉଛି !
କାଉଚି ଆଶ୍ରମ ପଛ ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର !!!

