Site icon Awaj Media

ଟ୍ରକ ପଛରେ ଟ୍ରକ ଧକ୍କା ଦେବାରୁ ଦୋକାନ ଭିତରକୁ ମାଡ଼ିଗଲା ସାର ବୋଝେଇ ଟ୍ରକ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ବଜାର ରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଲା ଅଘଟଣ ! ରାସ୍ତା କଡ଼ରେ ସାର ବୋଝେଇ ଟ୍ରକ୍ ନମ୍ବର ( ORA4055) ରଖି ଡ୍ରାଇଭର ଗାଡ଼ି ଉପରେ ଶୋଇଥିବା ସମୟରେ ପଛପଟୁ କେନ୍ଦ୍ରାପଡ଼ା ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ ୧୪ ଚକିଆ ସାର ବୋଝେଇ ଟ୍ରକ୍ ନମ୍ବର (OD29J4461) ଛିଡା ହୋଇଥିବା ଟ୍ରକ ପଛରେ ପିଟିଥିଲା । ଯାହା ଫଳରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସାର ବୋଝେଇ ଟ୍ରକ ଟି ନିଶ୍ଚିନ୍ତକୋଇଲି ବଜାରରେ ଥିବା ଶ୍ରୀରାମ ମିଷ୍ଟାନ ଭଣ୍ଡାର ସମେତ ଦୁଇଟି ଦୋକାନ ଭିତରକୁ ଭାଙ୍ଗି ମାଡ଼ି ଯାଇଥିଲା । ସୈାଭାଗ୍ୟ ବଶତ ଦୋକାନ ରେ କେହି ଶୋଇ ନଥିଲେ । ଦୋକାନ ର ଟ୍ରକ ପଶିଯିବାରୁ ଲକ୍ଷାଧିକ ଟଙ୍କା ର ଜିନିଷ ପତ୍ର ସମେତ ଦୋକାନ ଘର ପୁରା ନଷ୍ଟ ହୋଇଯାଇଛି । ପଛପଟୁ ଧକ୍କା ଏତେ ଯୋର୍ ଦେଇଥିଲା ଯେ ଟ୍ରକଟି ପୁରା ଭାଙ୍ଗିରୁଜି ଦୋକାନ କୁ ପଶିଯିବା ସହିତ ସାର ବସ୍ତା ସବୁ ଫାଟି ବାହାରେ ପଡ଼ିଥିବା ଦେଖିବାକୁ ମିଳିଛି । ଭାଗ୍ୟ ବଶତଃ ଟ୍ରକ ଉପରେ ଡ୍ରାଇଭର ଶୋଇଥିବାରୁ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚି ଯାଇଛନ୍ତି । ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଇଛନ୍ତି । ଦୁଇଟି ଦୋକାନ ପୁରାପୁରି ନଷ୍ଟ ହୋଇଯାଇଛି । ଖବର ପାଇ ନିଶ୍ଚିନ୍ତକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଛପଟୁ ଆସି ବାଡେଇଥିବା ସାର ବୋଝେଇ ଟ୍ରକ ଟି ଜବତ କରି ଥାନା କୁ ନେଇଥିବା ବେଳେ ଦୋକାନ ଭିତରକୁ ପଶି ଯାଇଥିବା ଟ୍ରକ ଟିକୁ ପଦାକୁ ବାହାର କରିବା ପାଇଁ ଲାଗି ପଡ଼ିଛିନ୍ତି । ବେପରୁଆ ଗାଡି ଚାଳନରୁ ଏଭଳି ବାରମ୍ବାର ଦୁର୍ଘଟଣା ମାନ ଘଟୁଥିବାର ଜନସାଧାରଣ ଆଲୋଚନା କରୁଛନ୍ତି ।

Exit mobile version