Site icon Awaj Media

ଡ୍ରାଇଭରକୁ ମହାନଦୀକୁ ଠେଲି ଟ୍ରକ୍ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କଲା ପୁଲିସ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପରେ ଚାଞ୍ଚଲ୍ଯ ସୃଷ୍ଟି କରିଥିବା ଘଟଣାରେ ଦୀର୍ଘ ଏକ ମାସ ପରେ ପୁଲିସ କୁ ମିଳିଲା ସଫଳତା ! ଡ୍ରାଇଭରକୁ ମହାନଦୀକୁ ଠେଲି ଟ୍ରକ୍ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କଲା ପୁଲିସ । ଗତ ଅଗଷ୍ଟ ୨୧ ତାରିଖରେ ବିହାର ର ଚାନ୍ଦ ବାବୁ ନାମକ ଜଣେ ଟ୍ରକ୍ ଡ୍ରାଇଭର ଗୁଜୁରାଟ ରୁ ଟ୍ରକ୍ ଯୋଗେ ମାଲ୍ ଆଣି ପାରାଦୀପ ଆଇଓସିଏଲ ଆସିଥିବା ବେଳେ ଟାଟା ରୁ ଟ୍ରକ ଆଣି ଆଇଓସିଏଲ ଆସିଥିବା ଅନ୍ୟ ଦୁଇ ଜଣ ହୁକୁମ ସିଂ ଓ ହରପାଲ୍ ସିଂ ଙ୍କ ସହ ଚାନ୍ଦ ବାବୁ ଙ୍କ ବନ୍ଧୁତା ବଢିଥିଲା । ଚାନ୍ଦ ର ଗାଡିରେ କେହି ହେଲପର୍ ନଥିବାରୁ ଏହି ଦୁଇଜଣ ଚାନ୍ଦ ର ଟ୍ରକ ଟିକୁ ବିକ୍ରି କରିବାକୁ ଯୋଜନା କରି ତାଙ୍କୁ ପ୍ରଚୁର ମଦ ପିଆଇ ନେଇ ଭୂତମୁଣ୍ଡାଇ ପୋଲ ଉପରୁ ନଦୀ କୁ ଠେଲି ଦେଇ ଟ୍ରକ କୁ ଚୋରିକରି ନେଇ ବଇସିଂଗା ର ଏକ ଢାବା ମାଲିକ ରାଜା ସହ ଯୋଗାଯୋଗ କରିଥିଲେ । ଢାବା ମାଲିକ ଟ୍ରକ ଟିକୁ କାଟି ବିକ୍ରି କରିବା ପାଇଁ ତାର ଏକ ସହଯୋଗୀ ଯୋଗେଶ୍ବର ବାରିକ ମାଧ୍ୟମରେ ବାରିପଦାର ଶେକ୍ ବଲ୍ଲାଲ ଉଦିନ୍ କୁ ବିକ୍ରି କରିଥିଲେ । ତେବେ ଟ୍ରକ ଟିକୁ ମୟୂରଭଞ୍ଜ ଚାନ୍ଦୁଆ ଥାନା ଆଉଟ୍ ପୋଷ୍ଟ ଜାନଙ୍ଘିରା ଜଙ୍ଗଲରେ ଲୁଚାଇ ରଖିଥିବା ବେଳେ ଚାନ୍ଦୁଆ ପୋଲିସ ଟ୍ରକ ଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଏନେଇ ଗତ ଅଗଷ୍ଟ ୨୬ ତାରିଖରେ ଚାନ୍ଦ ର ବାପା ପାରାଦୀପ ଅଭୟଚାନ୍ଦପୁର ଥାନାରେ ଏକ ମିଶିଙ୍ଗ୍ କେଶ୍ କରିଥିଲେ । ତେବେ ଅଭୟଚାନ୍ଦପୁର୍ ପୋଲିସ ଘଟଣା ର ତଦନ୍ତ କରି ଚୋରି ହୋଇଥିବା ଟ୍ରକ ଜବତ କରିବା ସହ ହୁକୁମ୍ ସିଂ , ହରପାଲ ସିଂ , ଅମଜାଦ ଖାଁ , ଯୋଗେଶ୍ଵର ବାରିକ ଓ ଏସ୍ କେ ବୁଲାଉଦିନ କୁ ଗିରଫ କରିଛି | ଟ୍ରକ୍ ଚୋରି କରି ବିକ୍ରି କରିବା ଉଦ୍ଦେଶ୍ୟ ରେ ଏଭଳି ହୋଇଥିବା ପୁଲିସ କହିଥିବା ବେଳେ ଏପର୍ଯ୍ୟନ୍ତ ଟ୍ରକ ଡ୍ରାଇଭର ଚାନ୍ଦ ର କୈଣସି ପତ୍ତା ମିଳି ପାରିନାହିଁ ।

Exit mobile version