Site icon Awaj Media

୫୭ ନଂ ଜାତୀୟ ରାଜପଥର ଇଟାମାଟି ନିକଟରେ ମୃତ ଶରୀର ଉଦ୍ଧାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଖୋର୍ଦ୍ଧା – ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ଇଟାମାଟି ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଇଟାମାଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି । ତେବେ ଯୁବକଙ୍କୁ ହତ୍ୟା କରାଯାଇଛି କି ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଛି ତାହାର ତଦନ୍ତ କରୁଛି ଇଟାମାଟି ପୋଲିସ । ମୃତ ବ୍ୟକ୍ତି ଜଣଙ୍କ ଜଣେ ଡ୍ରାଇଭର ଓ ନୂଆଗାଁ ଥାନା ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

 

Exit mobile version