ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ଥାନା ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ପୁଲିସର ନିଦ ହଜାଇଥିଲା । କିଛି ଲୁଟରାଙ୍କୁ ପୋଲିସ ଗିରଫ କରିଥିବା ବେଳେ ଏଯାବତ୍ ବହୁ ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇ ପାରିନାହିଁ । ଯାହା ଫଳରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଶାରଦୀୟ ପାର୍ବଣ ସମୟରେ ଜନ ଗହଳିରେ ସୁଯୋଗ ନେଇ ଲୁଟେରା ସକ୍ରିୟ ହୋଇ ପଡିଛନ୍ତି । ବାଲୁଗାଁ ଅଞ୍ଚଳରୁ ଜଣେ ଅଭ୍ୟାସଗତ ଲୁଟେରାକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଚନ୍ଦନ ଘଟୁଆଳ ଓରଫ କାହ୍ନା । ଚନ୍ଦନ ଜଣେ ଆନ୍ତଃଜିଲ୍ଲା ଅପରାଧୀ ଗ୍ୟାଙ୍କର ସକ୍ରିୟ ସଦସ୍ୟ । ଉକ୍ତ ଗ୍ୟାଙ୍କ ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବହୁ ଅପରାଧ ମାମଲାରେ ଜଡିତ ରହି ସକ୍ରିୟ ଭାବେ ଲୁଟପାଟ କରୁଥିବା ଜଣା ପଡିଛି । ତେବେ ଚନ୍ଦନ ପୂର୍ବରୁ ଚୋରି କରି ଜେଲ ଯାଇଥିବା ବେଳେ ଏବେ ପୁଣି ଥରେ ଜଣେ ବ୍ୟକ୍ତିଙ୍କ ନିକଟରୁ ଏକ ମୋବାଇଲ ଫୋନ୍ ଛଡାଇ ଫେରାର ହୋଇ ଯାଇଥିଲା । ଏନେଇ ବ୍ୟକ୍ତି ଜଣଙ୍କ ବାଲୁଗାଁ ଥାନାରେ ଏକ ଅଭିଯୋଗ କରିବାରେ ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଲୁଟେରା ଠାରୁ ଲୁଟ ମୋବାଇଲ ସମେତ ଏକ ସ୍ପୋର୍ଟସ ସାଇକେଲ ଉଦ୍ଧାର ହୋଇଛି ।
ଆନ୍ତଃଜିଲ୍ଲା ଲୁଟେରା କୁ ଗିରଫ କଲା ବାଲୁଗାଁ ପୋଲିସ !!!

